ଫିଟକିରିର ଟୁକୁରାକୁ ନେଇ ଏଠାରେ ଘଷନ୍ତୁ : ଦେଖିନ୍ତୁ କମାଲ୍

Published By : Prameya-News7 Bureau | December 01, 2018 IST

ଫିଟକିରି ଖାଇବା ଜିନିଷ ପ୍ରସ୍ତୁତ କରିବା ନିମନ୍ତେ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ବହୁତ ଦିନ ଆଗରୁ ବ୍ୟବହୃତ ହୋଇ ଆସୁଅଛି। ଫିଟକିରିର ଅନେକ ଲାଭଦାୟକ ଗୁଣ ରହିଛି କିନ୍ତୁ ସାଧାରଣ ଲୋକେ ଏହାର ଗୁଣ ବିଷୟରେ ଜାଣିନଥିବାରୁ ଏହାର ଫାଇଦା ଉଠାଇପାରନ୍ତି ନାହିଁ। ଆଜି ଆମେ ଜାଣିବା ଫିଟକିରିର ଲାଭଦାୟକ ଗୁଣ ବିଷୟରେ ଫିଟକିରିରେ ପ୍ରଚୁର ପରିମାଣରେ ଲୈାହ ତତ୍ତ୍ବ ରହିଛି। ଫିଟକିରିରେ ଥିବା ଉପାଦାନର ପ୍ରୟୋଗ ଷ୍ଟାର୍ଚ ନିର୍ଗତ କରିବା ପାଇଁ ମଧ୍ୟ କରାଯାଇଥାଏ। ଅଧିକାଂଶ ସମୟ ଆମେ ସାବଧାନତା ଅବଲମ୍ବନ କରିଥିଲେ ମଧ୍ୟ ଆମକୁ ଆଘାତ ଲାଗିଥାଏ ଏବଂ ଗଭୀର ଆଘାତ ଲାଗିଥିଲେ ରକ୍ତ ବୋହିବା ଆରମ୍ଭ ହୋଇଯାଇଥାଏ। ଯଦି ରକ୍ତ ବେଶୀ ବୋହିଯାଇଥିବ ତେବେ ବ୍ୟକ୍ତିର ଜୀବନ ମଧ୍ୟ ଚାଲିଯାଇପାରେ ଏବଂ ଏହି କଥା ସମସ୍ତଙ୍କର ଜାଣି ରଖିବା ଅତ୍ୟନ୍ତ ଆବଶ୍ୟକ। ଫିଟକିରିକୁ ଆଘାତ ଲାଗିଥିବା ସ୍ଥାନରେ ଘଷିଲେ ସହଜରେ ରକ୍ତ ବୋହିବା ବନ୍ଦ ହୋଇଯିବ। ଏହି ଫିଟକିରି ଲୈାହ ଜମାଟ କରିବାରେ ସାହାଯ୍ୟ କରିଥାଏ। ମୁହଁରେ କଳାଦାଗ ସମସ୍ୟା ଥିଲେ ଏହା ସମସ୍ତଙ୍କ ଚିନ୍ତାର କାରଣ ହୋଇଥାଏ। ସମସ୍ତେ ଚାହାନ୍ତି ତାଙ୍କ ମୁହଁରେ କୈାଣସି ଚିହ୍ନ ବା ଦାଗ ନ ରହୁ କିନ୍ତୁ ବୟସାଧିକ୍ୟ ଯୋଗୁଁ ମୁହଁରେ ଦାଗ ଜଣା ପଡ଼ିଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଫିଟକିରି ବ୍ୟବହାର କରିପାରିବେ। ଏଥିପାଇଁ ଆପଣ କେବଳ ସେହି ସ୍ଥାନରେ ଫିଟକିରିକୁ ଘଷିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.