Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନା କଲର ନା କେମିକାଲ, କେଶ କଳାକରିବାର ଜାଣନ୍ତୁ ସହଜ ଉପାୟ

5/03/2020 at 6:38 PM

କେଶ କଳାକରିବାକୁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର କଲର କିଣୁଛନ୍ତି। ହେଲେ ଖୁବ୍ କମ୍ ଲୋକଙ୍କୁ ଜଣା ଘରେ ପାଣି ସଫା କରିବା ଲାଗି ଆମେ ବ୍ୟବହାର କରୁଥିବା ଫିଟ୍‌କିରିରେ ଘନ କଳା କେଶ ମିଳିପାରିବ। ଏଥିରେ ନା ରହିଛି କେମିକାଲ ନା ଅଛି ରଙ୍ଗ ଏହାକୁ ବ୍ୟବହାର କଲେ ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବି ନଥାଏ। ତେବେ ଆସନ୍ତୁ ଜାଣିବା କିପରି ଫିଟକିରିରେ କେଶ କଳା ହୁଏ।

ଏଥିଲାଗି ଆପଣଙ୍କୁ ଫିଟକିରି ସହ ଗୋଲାପ ଜଳ ବି ସଂଗ୍ରହ କରିବାକୁ ପଡିବ। ଫିଟକିରି ଟେଳାରୁ କିଛି ଭାଙ୍ଗି ଚୁନା କରିଦିଅନ୍ତୁ। ଏହି ଚୁନାକୁ ଗୋଲାପ ଜଳରେ ଭିଜାନ୍ତୁ। ଫିଟକିରିଚୁନା ଗୋପାଲ ଜଳରେ ମିସିଯିବା ପରେ ଏହି ଜଳକୁ କେଶରେ ଲଗାଇଦିଅନ୍ତି। କେଶକୁ କିଛି ସମୟ ସୁଖିବାକୁ ଛାଡି ଦେଇ ପରେ ଧୋଇ ନିଅନ୍ତୁ। ସପ୍ତାହରେ ଅନୁନ୍ୟ ୩ ଥର ଏପରି କଲେ କେଶ ଘନ କଳା ଓ ମଜଭୁତ ହେବ।

କେଶ ଧୋଇବା ପରେ ଅଳ୍ପ ଉଷୁମ ପାଣିରେ ଗୁଣ୍ଡ ହୋଇଥିବା ଫିଟିକିରି ଓ କଣ୍ଡିସନର ଏକାଠି ମିଶାଇ ଦିଅନ୍ତୁ। ଏହାକୁ କେଶ ମୂଳରେ ମାସଜ୍ କରନ୍ତୁ। ୧୫ ରୁ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ପୁଣି କେଶକୁ ଧୋଇ ଦିଅନ୍ତୁ। ଦେଖନ୍ତୁ କେଶ କିପରି ମୂଲାୟମ ହେବ। ଯଦି ଭଲ ଲାଗେ ସପ୍ତାହରେ ଏପରି ୨ରୁ ୩ ଥର କରନ୍ତୁ ଦେଖିବେ କିପରି ଚିକ୍ ଚିକ୍ କରୁଛି କେଶ।   

କେବଳ କେଶ କଳା ନୁହେଁ ଯଦି ମୁହଁରେ ବ୍ରଣ ବା ଦାଗ ଅଛି ତାହା ବି ଫିଟକିରି ଦ୍ୱାରା ଦୂର ହୋଇପାରିବ। ଏଥିଲାଗି ଫିଟକିରିକୁ ଭଲକି ଗୁଣ୍ଡ କରି ସଫା ପାଣିରେ ଲେପ ପ୍ରସ୍ତୁତ କରନ୍ତୁ। ଏହି ଫିଟକିରି ଲେପକୁ ମୁଖ ଦାଗ ଉପରେ ଲଗାଇଲେ ତାହା ଧିରେ ଧିରେ ସଫା ହୋଇଯାଏ। 

   Related Posts