ଅଟାକଳ ପରେ ଆଳୁଗଦି ପାଲଟିଲା ସୁପରସ୍ପ୍ରେଡର , ଜଣେ ବ୍ୟବସାୟୀଙ୍କ ଠାରୁ ୪୧ ପଜିଟିଭ୍‌ ଚିହ୍ନଟ

Published By : Prameya-News7 Bureau | August 02, 2020 IST

ଭୁବନେଶ୍ୱର ୦୨।୦୮: ସଚେତନତା ଓ ସତର୍କତା ହିଁ କରୋନା ଯୁଦ୍ଧର ମୁଖ୍ୟ ଅସ୍ତ୍ର । ଟିକିଏ ଅସାବଧାନ ହେଲେ ପଶିଆସିବ କରୋନା । ଏହାର ଗୋଟିଏ ବଡ଼ ଉଦାହରଣ ହେଉଛି ଆଳୁ ଗଦିରେ କରୋନା ସଂକ୍ରମଣ ବ୍ୟାପିବା ଘଟଣା। ନିଜେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏ ନେଇ ସୂଚନା ଦେଇଛନ୍ତି ।

ୟୁନିଟ୍‌-୧ରେ କରୋନା ପରୀକ୍ଷା ବେଳେ ଜଣେ ବ୍ୟବସାୟୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କ ମୁଖ୍ୟ ଦୋକାନ ଥିଲା ଆଳୁ ଗଦିର ହୋଲସେଲ୍‌ ମାର୍କେଟରେ । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା ହେଲା । ପ୍ରଥମେ ତାଙ୍କ ପରିବାରରୁ ବହୁ ଆକ୍ରାନ୍ତ ଚିହ୍ନଟ ହେଲେ । ତାଙ୍କ ଦୋକାନର କର୍ମଚାରୀମାନେ ବି ପଜିଟିଭ୍‌ ଚିହ୍ନଟ ହେଲେ । ଏଭଳି ଭାବେ ମୋଟ ୪୧ଜଣ ସଂକ୍ରମିତ ବାହାରିଲେ । ଯଦି ସମସ୍ତେ ଉଚିତ୍‌ ସତର୍କତା ଅବଲମ୍ବନ କରିଥାନ୍ତେ, ବୋଧହୁଏ ଏତେ ସଂଖ୍ୟକ ଲୋକେ ପଜିଟିଭ୍‌ ହୋଇନଥାନ୍ତେ ।  

ସେହିପରି ୟୁନିଟ୍‌-୪ ମାଛ ମାର୍କେଟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମାର୍କେଟକୁ ସିଲ୍‌ କରାଗଲା । ପ୍ରାୟ ୧୫ ଦିନ ମାର୍କେଟ ବନ୍ଦ ରହିଲା । ନମୁନା ପରୀକ୍ଷା ପରେ ୨୧ଜଣ ସଂକ୍ରମିତ ଚିହ୍ନଟ ହେଲେ । ଏବେ ମାର୍କେଟ ଖୋଲାଯାଇଛି । ଏହାର ଅର୍ଥ ନୁହେଁ, ଆଉ ପଜିଟିଭ୍‌ ବାହାରିବେ ନାହିଁ । ତେଣୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.