Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିହାର ବିଧାନସଭା: ନୀତିଶ କୁମାରଙ୍କ ପାଇଁ ଭୋଟ ମାଗିଲେ ଲାଲୁଙ୍କ ବୋହୂ ଐଶ୍ବର୍ଯ୍ୟା, ଜାଣନ୍ତୁ କହିଲେ କ’ଣ

22/10/2020 at 11:23 AM

ଛପରା ୨୨/୧୦: ବିହାର ବିଧାନସଭାକୁ ନେଇ ରାଜନୀତି ପ୍ରଚାର ବେଶ ସରଗରମ ରହିଛି। ନିର୍ବାଚନରେ ଯେଉଁ ପ୍ରସଙ୍ଗକୁ ନେଇ ଦୀର୍ଘ ସମୟ ହେବ ଅପେକ୍ଷା ଥିଲା ତାହା ଏବେ ଧୀରେ ଧୀରେ ସ୍ପଷ୍ଟ ହେଉଛି। ରାଷ୍ଟ୍ରୀୟ ଜନତା ଦଳର ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ବର୍ଯ୍ୟା ରାୟଙ୍କର ରାଜନୀତିରେ ଏଣ୍ଟିକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଏବେ ଏହାର ସ୍ଥିତି ସ୍ପଷ୍ଟ ହେଉଛି କହିଲେ କିଛି ଭୁଲ ହେବ ନାହିଁ। ବୁଧବାର ସେ ବାପା ଚନ୍ଦ୍ରିକା ରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସହ ମଞ୍ଚ ସେୟାର କରିବାରୁ ତାଙ୍କର ସକ୍ରିୟ ରାଜନୀତିରେ ଆସିବା ସଙ୍କେତ ମିଳିଛି।

ଐଶ୍ବର୍ଯ୍ୟା ରାୟ ପ୍ରଥମଥର ପାଇଁ କୌଣସି ରାଜନୈତିକ ମଞ୍ଚରୁ ବାପାଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ଅବସରରେ ସେ କହିଲେ ତାଙ୍କ ସହ ଅନ୍ୟାୟ ହୋଇଛି। ଯାହାକୁ ବିହାର ଜନତା ବୁଝିପାରୁଛନ୍ତି। ବାପା ଚନ୍ଦ୍ରିକା ରାୟଙ୍କୁ ଜିତାଇବା ପାଇଁ ସେ ଏଠାକୁ ଆସିଥିବା କହିଲେ। ଏହା ସହ ନୀତିଶଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଥିଲେ।

ସେ ଏ କଥା ବି କହିଛନ୍ତି କିଛି ଦିନ ମଧ୍ୟରେ ସେ ସମସ୍ତଙ୍କ ମଧ୍ୟରେ ନଜର ଆସିବେ। କେବଳ ଏତିକି ନୁହେଁ, ତୀର ଚିହ୍ନରେ ବଟମ ଦବାଇବେ କାରଣ ଏହା ପରସାରର ସମ୍ମାନର କଥା। ଏଥିରୁ ସେ ସ୍ପଷ୍ଟ ବାରି ହେଉଛି ଆଗାମୀ ଦିନରେ ସେ ରାଜନୀତିରେ ସକ୍ରିୟ ଭାବେ ସାମିଲ ହୋଇପାରନ୍ତି।

ସୂଚନାଯୋଗ୍ୟ ସିଏମ ନୀତିଶ କୁମାର ଲାଲୁ ଯାଦବଙ୍କ ବୋହୂ ଐଶ୍ବର୍ଯ୍ୟା ରାୟଙ୍କୁ ଢ଼ାଲ କରି ଲାଲୁଙ୍କ ପରିବାରକୁ ବେଶ ଭଲଭାବେ ଟାର୍ଗେଟ କଲେ। ଏହା ସହ ମହିଳାଙ୍କ ଅପମାନ ବିହାର ଜନତା ସହ୍ୟ କରିବେ ନାହିଁ ସେ କହିଛନ୍ତି। ଅନ୍ୟପଟେ ସିଏମ ନୀତିଶ କହିଛନ୍ତି ବିହାରରେ ପ୍ରତିଟି ଘରେ ବିଜୁଳି ପହଞ୍ଚିଛି ଓ ଆଗାମୀ ଦିନରେ ଗାଁରେ ସୋଲାର ଲାଇଟ ଲାଗିବ। ଯାହା ଦ୍ବାରା ଲୋକଙ୍କ ବିଜୁଳି ସଞ୍ଚୟ ହେବ ଓ ଗାଁ ଆଲୋକିତ ହେବ। ଲାଲୁଙ୍କ ସମର୍ଥକମାନେ ମଧ୍ୟ ନୀତିଶଙ୍କ ସଭାରେ ହଙ୍ଗାମା କରିବାରୁ ବାଦ ପଡ଼ି ନାହାନ୍ତି।

   Related Posts