Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଦାମ ବିଜେଡିରୁ ବିଦା ହେବା ପରେ: ବିକଳ୍ପ ମଞ୍ଚ ନେଇ ଆଲେ।ଚନା ଆରମ୍ଭ

14/09/2018 at 7:39 PM

ଭୁବନେଶ୍ବର୧୪|୯: ଓଡ଼ିଶା ରାଜନୀତିରେ ବିକଳ୍ପ ମଞ୍ଚ ନେଇ ଆଲେ।ଚନା ଆରମ୍ଭ । ବିଜେଡ଼ିରୁ ବିଦା ହେବା ପରେ ଦାମଙ୍କ ସହ ବହୁ ପରୁଣା ବିଜେଡ଼ି ନେତା ଏବେ ଯେ।ଗାଯେ।ଗରେ । କୁହାଯାଉଛି ଦଶହରା ପରେ ଏଭଳି ଏକ ବିକଳ୍ପ ମଞ୍ଚ ଜନ୍ମ ନେଇପାରେ । ତେବେ ଏହା କ୍ଷମତାକୁ ଆସିବାକୁ ସମର୍ଥ ହେବ ନା ବିଜେଡ଼ିର ଭେ।ଟ ମାଇନସ କରି ଅନ୍ୟ ଦଳକୁ ଜିତିବାରେ ସାହାର୍ଯ୍ୟ କରିବ ତାଉପରେ ଆରମ୍ଭ ହେ।ଇଛି ବିତର୍କ ।
ଦଳରେ ଥିବା ଅସନ୍ତୁଷ୍ଟ ଓ ବିତାଡିତ ବିଜେଡି ନେତା କଣ ନୂଆ ରାଜନୈତିକ ସମୀକରଣ ସନ୍ଧାନରେ କି । ଦାମଙ୍କ ବହିଷ୍କାର ପରେ କଣ କିଛି ପୁରୁଣା ବିଜେଡି ନେତା ଯୋଗାଯୋଗ ଆରମ୍ଭ କଲେଣି କି । ଯଦି ଏଭଳି କିଛି ନୂଆ ଦଳ କି ପ୍ଲାଟଫର୍ମ ସାମ୍ନାକୁ ଆସେ ତାହାଲେ ସେଥିରେ କେଉଁମାନେ ଏକାଠି ହେବେ । ଓଡିଶା ରାଜନୀତିରେ ଏଭଳି ଏକ ବିକଳ୍ପ କେତେବାଟ ଯିବ । ଏସବୁ ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ତର୍ଜମା ଆରମ୍ଭ ହୋଇଛି । କିଛି ନେତା ଏହାଉପରେ ତ ମୁହଁ ଖୋଲିଛନ୍ତି କିନ୍ତୁ ଆଉ କିଛି ନେତା ସମୟ ଅପେକ୍ଷାରେ । ଦାମଙ୍କ ବହିଷ୍କାର ପରେ ଅନେକ ନେତା ଏବେ ଅଲଟରନେଟ ପ୍ଲାଟଫର୍ମ ସନ୍ଧାନରେ । ଦାମଙ୍କ ସହ ବହୁ ପୁରୁଣା ଓ ଦଳରୁ ବହିଷ୍କୃତ ନେତା ଏହା ଭିତରେ କଥାବାର୍ତା ହେ।ଇଗଲେଣି । ବିଜୟ ମହାପାତ୍ର, ପଞ୍ଚାନନ କାନୁନଗେ।, ବ୍ରଜ ତ୍ରୀପାଠି, ବୈଜୟନ୍ତ ପଣ୍ଡା ଆଦି କିଛି ନେତା ଦାମଙ୍କ ସହ ପ୍ରାଥମିକ ଆଲେ।ଚନା ବି ଆରମ୍ଭ କଲେଣି । ଯାହା ଲାଗୁଛି ଦଶହରା ପରେ ଏଦିଗରେ କିଛି ହଟଚମଟ ହେ।ଇପାରେ ।
ପୂର୍ବତନ ବିଜେଡ଼ି ନେତା ବ୍ରଜ ତ୍ରୀପାଠି, ସୁରେନ୍ଦ୍ର ନାୟକ ନିଜ ନିଜ ଢଂଗରେ ମନ୍ତବ୍ୟ ମଧ୍ୟ ରଖିଛନ୍ତି।
ତେବେ ପ୍ରଶ୍ନ ଉଠୁଛି ଏସବୁ ନେତା ଏକାଠି ହେ।ଇ ଅସନ୍ତୁଷ୍ଟ ବିଜେଡ଼ି ନେତାଙ୍କୁ ଏକ୍ କରିପାରିବେ ନା ନାହିଁ । ବିଗତ ଦିନରେ ବିଜେଡ଼ି ବିରେ।ଧରେ ହେ।ଇଥିବା ସମସ୍ତ ପ୍ରୟାସ ବିଫଳ ହେ।ଇଥିବାରୁ ଏବେ ତାହା ସଫଳ ହେବ କି ନାହିଁ । ଯେହେତୁ ବିକଳ୍ପ ସନ୍ଧାନରେ ଥିବା ବହୁ ନେତା ବିଭିନ୍ନ ଦଳ ସହ ଅଛନ୍ତି ସେମାନେ ନିର୍ବାଚନ ପୂର୍ବରୁ ଦଳ ଡ଼ିଆଁଡ଼େଇଁ କରିବା ପରେ ହିଁ କିଛି ନୂଆ ସମୀକରଣ ଆକାର ନେବ ବେ।ଲି କୁହାଯାଉଛି । ତେବେ ଏମାନେ ନୂଆ ଦଳ ଗଢି କ୍ଷମତାକୁ ଆସିବା ପାଇଁ ପ୍ରୟାସ କରିବେ ନା ବିଜେଡ଼ି ବିରେ।ଧରେ ଏକ ବାତାବରଣ ସୃଷ୍ଟି କରି ଅନ୍ୟ ଦଳକୁ ଜିତାଇବାରେ ସାହାର୍ଯ୍ୟ କରିବେ ତାହା ବି ସନ୍ଦେହରେ । ବିଜେଡ଼ିର ମୁକ୍ୟ ମୁଖପାତ୍ର ସାଂସଦ ପ୍ରତାପଦେବଙ୍କ ଯୁକ୍ତି ଏମାନେ ଆଗରୁ ଫେଲ ହେ।ଇଥିଲେ ଆଗକୁ ବି ଫେଲ ହେବେ ।
୨୦୧୯ ନିର୍ବାଚନ ପୂର୍ବର ରାଜନୌତିକ ଦୃଶ୍ୟପଟ ଯାହା ସେଥିରେ ବିକଳ୍ପ ଦଳ କ୍ଷମତାକୁ ଆସିବା ଏତେଟା ସହଜ ନୁହେଁ । ଯେହେତୁ ବିରେ।ଧୀ ବିଜେପି ଓ କଂଗ୍ରେସ ବିଗତ ଦିନ ଅପେକ୍ଷା ନିଜର ସ୍ଥିତିକୁ ସୁଦୃଢ କରିବାରେ ସକ୍ଷମ ହେ।ଇଛନ୍ତି ସେଥିପାଇଁ ବିଜେଡ଼ିର ବିକଳ୍ପ ଏହି ଦୁଇ ଜାତୀୟ ଦଳ ଭିତରୁ କିଏ ହେ।ଇପାରେ । କିନ୍ତୁ ଅସନ୍ତୁଷ୍ଟ ଓ ବିତାଡ଼ିତ ବିଜେଡ଼ି ନେତାଙ୍କ ଏକ ବିକଳ୍ପ ରାଜନୌତିକ ମଞ୍ଚ ବିଜେଡ଼ିକୁ କ୍ଷମତାରୁ ହଟାଇବାକୁ କେତେକାଂଶରେ ସାହାର୍ଯ୍ୟ କରିପାରିବ ବେ।ଲି କୁହାଯାଇପାରେ ।

   Related Posts