Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସିରିଆରେ ଶୀର୍ଷ ଅଲକାଏଦା ନେତା ଅବଦୁଲ ହାମିଦ ଅଲ-ମଟାରର ମୃତ୍ୟୁ, ଗତମାସରେ ମରିଥିଲା ଅବୁ ଅହମ୍ମଦ

23/10/2021 at 4:03 PM

ରକ୍କା : ଉତ୍ତର ସିରିଆ ରକ୍କା ପ୍ରାନ୍ତ ସୁଲୁକରେ ଆମେରିକୀୟ ବାୟୁସେନା ବିମାନ ଆକ୍ରମଣରେ ବରିଷ୍ଠ ଅଲକାଏଦା ନେତା ଅବଦୁଲ ହାମିଦ ଅଲ-ମଟାର ପ୍ରାଣ ହରାଇଥିବା ସେଣ୍ଟ କମ ମୁଖପାତ୍ର ଜନ୍‌ ରିଗସ୍‌ବି ଦାବି କରିଛନ୍ତି। ଏମକ୍ୟୁ-୯ ବିମାନରୁ କରାଯାଇଥିବା ଆକ୍ରମଣରେ ଅଲ-ମଟାର ପ୍ରାଣ ହରାଇଛି, ତେବେ ଏହି କାର୍ଯ୍ୟାନୁଷ୍ଠାନରେ  କେହି ସାଧାରଣ ନାଗରିକଙ୍କ ହତାହତ ହୋଇଥିବା ନେଇ ସେ କିଛି କହି ନାହାନ୍ତି। ଗତ ଶୁକ୍ରବାର ହ୍ୱାଇଟହାଉସ୍ ମୁଖପାତ୍ର ଜେନ୍‌ ସାକି ଦକ୍ଷିଣ-ପୂର୍ବ ସିରିଆରେ ଆତଙ୍କବାଦ ଦମନ ଲାଗି ଆମେରିକା କଡା କାର୍ଯ୍ୟାନୁଷ୍ଠାନ ହାତକୁ ନେଇଥିବାର ସୂଚନା ଦେଇଥିଲେ।

ସିରିଆରେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନରେ ଗତମାସରେ ଅଲକାଏଦା ନେତା ସଲିମ ଅବୁ-ଅହମଦ ପ୍ରାଣ ହରାଇଥିଲା। ଏବେ ଅଲ-ମଟରର ମୃତ୍ୟୁ ସିରିଆରେ ଅଲକାଏଦାର ଅଣ୍ଟା ଭାଙ୍ଗି ଦେଇଛି। ଏହି ଏଲକାଏଦା ନେତାର ମୃତ୍ୟୁ ପରେ ବିଶ୍ୱସ୍ତରୀୟ ଆକ୍ରମଣ ଲାଗି ସଙ୍ଗଠନ କରିଥିବା ଯୋଜନା ପାଣିରେ ପଡିଥିବା ଆଶଙ୍କା କରାଯାଉଛି। ଦକ୍ଷିଣ ସିରିଆ ଆମେରିକା ଠିକଣାରେ ଏଲକାଏଦା ଆକ୍ରମଣର ଦୁଇ ଦିନ ପରେ ଏହା ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି।

ଅଲକାଏଦା ଲାଗି ଅବୁ ଅହମଦ ପାଣ୍ଠି ଯୋଗାଡ କରିବା ଓ ଯୋଜନା ପ୍ରସ୍ତୁତି ଦାୟିତ୍ୱରେ ଥିଲା। ଗତ ସେପ୍ଟେମ୍ବର ୨୦ ତାରିଖ ଆକ୍ରମଣରେ ଅବ ଅହମ୍ମଦର ମୃତ୍ୟୁ ସଙ୍ଗଠନକୁ ଏକପ୍ରକାର ଦୋହଲାଇ ଦେଇଥିବା ବେଳେ ଏବେ ମୁଖ୍ୟ ନେତାଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦ ସଙ୍ଗଠନଙ୍କ ଲାଗି ସିରିଆ ସୁରକ୍ଷିତ ଶରଣସ୍ଥଳ ପାଲଟିଛି।  ଏହି ଠାରୁ ହିଁ ଆତଙ୍କବାଦୀମାନେ ସେମାନଙ୍କ ଯୋଜନା ଚୂଡ଼ାନ୍ତ କରି ବିଭିନ୍ନ ଦେଶଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହା ପୂର୍ବରୁ ଅବୁ ବକର ଅଲ ବଗଦାଦୀ ଆଇଏସଆଇ ଗଠନ କରି ଇଦଲିବରେ ଆମେରିକା ସହ ସଂଘର୍ଷ କରୁଥିଲା।

   Related Posts