Alphabet ର ନୂଆ CEO ଭାବେ ୨୦୦ ପ୍ରତିଶତ ବଢିଲା ସୁନ୍ଦର ପିଚାଇଙ୍କ ବେତନ, ଜାଣନ୍ତୁ ନୂଆ ବର୍ଷରେ ଦରମା ପାଇବେ କେତେ

Published By : Prameya-News7 Bureau | December 21, 2019 IST

ମାଉଣ୍ଟେନ ଭ୍ୟୁ : ଗୁଗୁଲଙ୍କ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦକୁ ପଦୋନ୍ନତି ପାଇଥିବା  ସୁନ୍ଦର ପିଚାଇଙ୍କ ବେତନରେ ୨ଶହ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଏବେ ପିଚାଇଙ୍କୁ ବାର୍ଷିକ  ୨ ନିୟୁତ ଡଲାର ଦରମା ମିଳିବ।  ୨୦୨୦ ଜାନୁୟାରୀରୁ ତାଙ୍କୁ ନୂତନ ବେତନ ହାରରେ ଦରମା ପ୍ରଦାନ କରାଯିବ।

{"id":200763,"width":579,"height":424,"sizeSlug":"large"}

ଚଳିତମାସ ଆରମ୍ଭରେ ଗୁଗୁଲର ସହସଂସ୍ଥାପକ ଲୈରୀ ପେଜ୍ ଓ ସର୍ଗେଇ ବ୍ରିନ ସେମାନଙ୍କ ମୂଳ କମ୍ପାନୀ ଆଲଫାବେଟ୍‌ରୁ  ଇସ୍ତଫା ଦେଇଥିଲେ। ଏଣୁ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ସୁନ୍ଦର ପିଚାଇଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲା। ପିଚାଇ ଗୁଗୁଲ ସିଇଓ ପଦବୀ ସମେତ ନୂଆ ଦାୟିତ୍ୱ ମଧ୍ୟ ତୁଲାଇବେ। ସେ ଆଗାମୀ ୩ ବର୍ଷରେ ଯଦି ସମସ୍ତ ଲକ୍ଷ ହାସଲ କରିପାରିବେ ତେବେ ତାଙ୍କୁ ଷ୍ଟକ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏ ବାବଦରେ ସେ ୨୪୦ ମିଲିୟନ ଡଲାର ପାଇବେ।  

{"id":200764,"sizeSlug":"large"}

ଆପଲ ସିଇଓ ଟିମ୍ କୁକ୍ ଗତବର୍ଷ ବେତନ ଓ ବତ୍ତା ମିସି ମୋଟ  ୧୪.୧ କୋଟି ଡଲାର ପାଇଥିଲେ। ସେହିପରି ମାଇକ୍ରୋସଫ୍ଟ  ସିଇଓ ସତ୍ୟା ନଡେଲାଙ୍କ ବେତନରେ ଗତବର୍ଷ ୬୬ ପ୍ରତିଶତ ବୃଦ୍ଧି ହୋଇଥିଲା। ଫଳରେ ୨୦୧୮-୧୯ରେ ତାଙ୍କୁ ୪.୨୯କୋଟି ଡଲାର ବେତନ ଓ ଭତ୍ତା ମିଳିଥିଲା। ତେବେ ଗତବର୍ଷ ଆଲ୍‌ଫାବେଟ୍‌ର ପୂର୍ବତନ ସିଇଓ ଲେରୀ ପେଜ ଓ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି ସାଙ୍କେତିକ ଭାବେ ୧ଡଲାର ଦରମା ଓ ଭତ୍ତା ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.