Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କେନ୍ଦ୍ର ନୋଟିସ୍‌ର ଜବାବ ଦେଲେ ଆଳପନ ବନ୍ଦୋପାଧ୍ୟାୟ, ମମତାଙ୍କ ଉପରେ ଲଦିଲେ ଦୋଷ

3/06/2021 at 9:41 PM

କୋଲକାତା ୩/୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଳପନ ବନ୍ଦୋପାଧ୍ୟାୟ ଗୁରୁବାର କେନ୍ଦ୍ର ସରକାରଙ୍କ ନୋଟିସ୍‌ର ଜବାବ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ତାଙ୍କୁ ନୋଟିସ ପଠାଇଥିଲା। ବାତ୍ୟା ୟାସ୍‌ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସେ ସାମିଲ ହୋଇନଥିବାରୁ ତାଙ୍କୁ ଜାବବ ଦେବାକୁ କୁହାଯାଇଥିଲା। କୋଲକାତାର ସିଚିବାଳୟର ଅଧିକାରୀ କହିଛନ୍ତି ଆଳପନ କେନ୍ଦ୍ର ନୋଟିସ୍‌ର ଜବାବ ଦେଇଛନ୍ତି।

ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ବନ୍ଦୋପାଧ୍ୟାୟ ନିଜ ଜବାବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ କ୍ରମେ ସେ ମୋଦୀଙ୍କ ସମୀକ୍ଷା ବୈଠକରେ ସାମିଲ ହୋଇନଥିଲେ। ୩୧ ମେ’ରେ କେନ୍ଦ୍ର ପକ୍ଷରୁ ଆଳପନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିଲା। ୧୯୮୭ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବନ୍ଦୋପାଧ୍ୟାୟ ସରକାରଙ୍କ ଦ୍ବାରା ୩ ମାସ କାର୍ଯ୍ୟକାଳ ବୃଦ୍ଧିର ଲାଭ ଉଠାଇବା ପରିବେର୍ତ ୩୧ ମେ’ରେ ଅବସର ନେଇଥିଲେ। ସେହି ଦିନ ତାଙ୍କୁ ଏହି ନୋଟିସ୍‌ ଜାରି କରିଥିଲା କେନ୍ଦ୍ର।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା ବୖଠକରେ ସାମିଲ ନହେବାକୁ ନେଇ ଆଳପନ ଚର୍ଚ୍ଚାକୁ ଆସିଥିଲେ। ବୈଠକରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସାମିଲ ହୋଇଥିଲେ। ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଏହି ବୈଠକ ତାଙ୍କର ଏବଂ ପ୍ରଧାନମନ୍ତ୍ରୀ ସହ ଥିଲା। କିନ୍ତୁ ଏହା ପୂର୍ବରୁ ବିଜେପିର ନେତାଙ୍କୁ ବୈଠକରେ ସାମିଲ କରାଯାଇଥିଲା। ବିବାଦ ହେବା ପରେ ୩୧ ମେ’ରେ ଆଳପନ ବନ୍ଦୋପାଧ୍ୟାୟ ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ପରେ ମମତା ବାନାର୍ଜୀ ତାଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।

   Related Posts