ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ମୁହଁ ଖୋଲିଲେ ଆଲୋକ ବର୍ମା ; କହିଲେ ମିଥ୍ୟା ଅଭିଯୋଗରେ ପଦରୁ ହଟାଯାଇଛି

Published By : Prameya-News7 Bureau | January 11, 2019 IST

ନୂଆଦିଲ୍ଲୀ ୧୧|୧:  ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେବା ପରେ ପ୍ରତିକ୍ରିୟା ଦେଇ ଆଲୋକ ବର୍ମା କହିଛନ୍ତି, ଜଣେ ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କୁ ପଦରୁ ହଟା ଯାଇଛି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇ ପାୱାର କମିଟି ଆଲୋକ ବର୍ମାଙ୍କୁ ଦୁର୍ନିତୀ ଅଭିଯୋଗରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଛି । ଏହାପରେ ମୁହଁ ଖୋଲି ଆଲୋକ ବର୍ମା କହିଛନ୍ତି, ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇର ସ୍ବାଧୀନତା ସୁରକ୍ଷିତ ରହିବା ଉଚିତ । ଏହା ବାହ୍ୟ ଶକ୍ତି ପ୍ରଭାବରେ ପରିଚାଳିତ ହେବା ଅନୁଚିତ । ମୁଁ ସିବିଆଇର ସ୍ବତନ୍ତ୍ରତା ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ନଷ୍ଟ କରିବାକୁ ଅନବରତ ପ୍ରୟାସ ଚାଲିଥିଲା । ୨୩ଅକ୍ଟୋବର ୨୦୧୮ରେ ସିଭିସି ନିର୍ଦ୍ଦେଶ ଆଡକୁ ଆଲୋକ ବର୍ମା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ୧୯୭୯ବ୍ୟାଚ ଆଇପିଏସ୍ ଅଫିସର ଆଲୋକ ବର୍ମାଙ୍କୁ ଫାୟାର ଏବଂ ହୋମଗାର୍ଡ ଡିଜି ଭବରେ ଅବସ୍ଥାପିତ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ମାତ୍ର ୩୦ଘଂଟା ଭିତରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇ ଦିଆ ଯାଇଛି । ଆଲୋକ ବର୍ମାଙ୍କୁ ହଟାଇବା ନିଷ୍ପତିକୁ ସିଲେକ୍ଟ କମିଟି ବୈଠକରେ ବିରୋଧ କରିଥିଲେ ମଲିକାର୍ଜୁନ ଖଡଗେ । କଂଗ୍ରେସ ଏପରି ନିଷ୍ପତିକୁ କଡ଼ା ସମାଲୋଚନା କରିଛି । ପିଏମଓ ନିର୍ଦ୍ଦେଶରେ ସିଭିସି କାର୍ଯ୍ୟ କରୁଛି ବୋଲି ଦଳ ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.