Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଲୋଡା ଶିଶୁକନ୍ୟା : ଜନ୍ମଦେବା ପରେ ନବଜାତକକୁ ହସ୍ପିଟାଲରେ ଛାଡି ମାଆ ଫେରାର

17/07/2021 at 8:55 AM

ଖଲ୍ଲିକୋଟ, ୧୭/୦୭ :  ଏବେବି ଶିଶୁ କନ୍ୟା ଅଲୋଡ଼ା | ନବଜାତକକୁ ଛାଡି ମାଆ ଛୁ । ୧୦ ମାସ ୧୦ ଦିନ ଗର୍ଭରେ ରଖିଥିବା ମାଆ ଶିଶୁ କନ୍ୟାକୁ ଜନ୍ମ ଦେଲାପରେ ତାକୁ ଛାଡି ଫେରାର ହୋଇଯାଉଛି | ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜଣେ ପ୍ରସୂତି ନବଜାତକ ଶିଶୁ କନ୍ୟାକୁ ବେଡରେ ଛାଡି ପଳେଇଯିବା ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚହଳ ପକାଇ ଦେଇଛି । ଶୁକ୍ରବାର  ରାତ୍ରରେ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଖଲ୍ଲିକୋଟ ମେଡ଼ିକାଲକୁ ଆସିଥିଲେ । ତାଙ୍କ ସାଙ୍ଗରେ ଦୁଇ ଜଣ ମହିଳା ମଧ୍ୟ ଥିଲେ । ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଉଭୟ ମାଆ ଓ ଶିଶୁ କନ୍ୟାକୁ ବେଡ୍‌କୁ ଅଣାଯାଇଥିଲା । କିଛି ସମୟ ପରେ ନର୍ସ ଏକ ଇଂଜେକସନ ଦେବାକୁ ଆସି ଦେଖିବା ବେଳକୁ ମାଆ ସେଠାରୁ ଗାଏବ ହୋଇଯାଇଥିଲା ।

ବହୁ ଖୋଜାଖୋଜି ପରେ ମାଆର ସନ୍ଧାନ ନ ମିଳିବାରୁ ଛୁଆଟିର ଯତ୍ନ ନର୍ସମାନେ ନେଇଥିଲେ । ସମ୍ପୃକ୍ତ ମହିଳା ଦେଇଥିବା ଠିକଣା ମଧ୍ୟ ଭୁଲ ଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ସିଡିପିଓ ଅଂଶୁପା ସାହୁ ମେଡ଼ିକାଲରେ ପହଞ୍ଚି ଶିଶୁକୁ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କ ସହ ବ୍ରହ୍ମପୁର ଚାଇଲଡ଼ ଲାଇନକୁ ପଠାଇଥିଲେ। ଅନ୍ୟ ପକ୍ଷରେ ଏବେ ମେଡିକାଲ ଲାଗିଥିବା ସିସି ଟିଭି ଯାଞ୍ଚ କରି କିଏ ସେହି ମହିଳା ଚି଼ହ୍ନଟ ପାଇଁ ଚେଷ୍ଟା କରାଯାଉଛି |

   Related Posts