ବ୍ରିଟେନ୍‌ରେ ହାହାକାର ସ୍ଥିତି, ୪୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫: କରୋନା ଭାଇରସ୍‌ କାରଣରୁ ଦୁନିଆର ବଡ ବଡ ଆର୍ଥିକ ଶକ୍ତି ଆଣ୍ଠେଇ ପଡିଛନ୍ତି। ଆମେରିକା ପରେ ଏବେ ବ୍ରିଟେନ୍‌ରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଛି। ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ହଜାର ଟପିଛି। ଅଫିସ୍ ଫର ନ୍ୟାସନାଲ ଷ୍ଟାଟିସ୍‌ଟିକ୍ସ(ONS) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହା ୟୁରୋପରେ ସବୁଠୁ ଅଧିକ। ୟୁରୋପରେ ଅବସ୍ଥା ଏତେ ଦୟନୀୟ  ଯେ, ଚାରି ପ୍ରମୁଖ ଦେଶ ବ୍ରିଟେନ୍, ଇଟାଲୀ, ସ୍ପେନ ଓ ଫ୍ରାନ୍ସରେ କରୋନାରେ ୧ ଲକ୍ଷ ୧୦ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟି ଚାଲିଛି।

ଅଫିସ୍ ଫର ନ୍ୟାସନାଲ ଷ୍ଟାଟିସ୍‌ଟିକ୍ସର ସୂଚନା ଅନୁଯାୟୀ ବ୍ରିଟେନ୍‌ରେ ମେ ୧ ସୁଦ୍ଧା  ୩୫,୦୪୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍କଟଲାଣ୍ଡରେ ମେ ୩ ସୁଦ୍ଧା ୨,୭୯୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ନର୍ଥ ଆୟରଲା୍ଡରେ ମେ ୬ ସୁଦ୍ଧା ୫୧୬ ଜଣଙ୍କ ମହାମାରୀରେ ପ୍ରାଣହାନୀ ଘଟିଛି। ଏହି ସବୁକୁ ମିଶାଇ ୟୁକେଇରେ ଏ ପର୍ଯ୍ୟନ୍ତ ୩୮, ୩୫୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅନ୍ୟପଟେ ଇଂଲଣ୍ଡରେ କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିତିବା ୧୬୭୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏସବୁ ମିଶାଇଲେ ୟୁକେରେ କରୋନା ମୃତ୍ୟୁ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି।

{"id":268781,"sizeSlug":"large"}

ୟୁକେରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୧୦୧ ରହିଛି। ସେହି ପରି ୟୁରୋପର ଆଉ ଏକ ପ୍ରମୁଖ ଦେଶ ଇଟାଲୀରେ ୨ ଲକ୍ଷ ୧୪ ହଜାର ୪୫୭ ସଂକ୍ରମିତ ରହିଛନ୍ତି। ଇଟାଲୀରେ ୨୯ ହଜାର ୬୮୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍ପେନରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୮୨ ରହିଛି ଓ ୨୫ ହଜାର ୮୫୭ ଜଣ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ କରୋନା ଜନିତ ମୃତ୍ୟୁ ସଂଖ୍ୟା୨୫ ହଜାର ୮୦୯କୁ ବୃଦ୍ଧି ଘଟିଛି।

ସମଗ୍ର ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ୭୬ ହଜାର ୧୮୧କୁ ବୃଦ୍ଧି ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୭ ହଜାର ୬୮୮ ରହିଛି। ସେହି ପରି ୧୫ ଲକ୍ଷ ୩୭ ହଜାର ୩୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.