Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବାଦାମ ଫେସ୍ ପ୍ୟାକ୍, ମିଳିବ ଅନେକ ଫାଇଦା

12/04/2021 at 12:17 PM

ନୂଆଦିଲ୍ଲୀ ୧୨/୦୪: ସୁନ୍ଦର ଦେଖାଯିବାକୁ ମହିଳାମାନେ ବିଭିନ୍ନ ଟିପ୍ସ ଗ୍ରହଣ  କରିବା ସହିତ ଟ୍ରିଟମେଣ୍ଟ ମଧ୍ୟ କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଘରେ ଫେସ୍ ପ୍ୟାକ୍ ତିଆରି କରି ଆପଣ ନିଜର ସୌନ୍ଦର୍ଯ୍ୟକୁ ବଢାଇପାରିବେ । ଘରେ ତିଆରି ଫେସ୍ ପ୍ୟାକ୍ ଯେକୌଣସି ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ବାଦାମରେ ତିଆରି ଏକ ଫେସ୍ ପ୍ୟାକ୍ । ବାଦାମରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ରେଟିନୋଲ ଏବଂ ଭିଟାମିନ୍ ଇ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ । ଆପଣ ଚର୍ମର ରଙ୍ଗ ବଢାଇବା ପାଇଁ ବାଦାମ ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରିପାରିବେ ।  ତେବେ ଚାଲନ୍ତୁ ଜାଣିବା ବାଦାମ ଫେସ୍ ପ୍ୟାକ୍ ର ଉପକାରିତା ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ ।

Desi Nuskhe: 10 DIY Face Packs Using Kitchen Ingredients - The Channel 46

ବାଦାମ ଫେସଫ୍ୟାକରୁ ମିଳୁଥିବା ଫାଇଦା :

ବାଦାମ ଭିଟାମିନ୍-ଇ ର ସର୍ବୋତ୍ତମ ପ୍ରାକୃତିକ ଉତ୍ସ, ଯାହା ଚେହେରାକୁ ବହୁ ପରିମାଣରେ ମଇଶ୍ଚୁରାଇଜର କରିଥାଏ । ବାଦାମ ଫେସ୍ ପ୍ୟାକ୍ ମୁହଁରେ ଲଗାଇବା ଦ୍ୱାରା ସମସ୍ତ ଦାଗ କମିଯାଇଥାଏ ଏବଂ ଚେହେରାରେ ଏକ ଭିନ୍ନ ରଙ୍ଗ ଆଣିଥାଏ । ଏହା ଆମ ଚର୍ମକୁ ଭିତରୁ ସଫା କରିଥାଏ ଏବଂ ଏହାର ରଙ୍ଗକୁ ବଢାଇଥାଏ ।  ଯଦି ଆପଣଙ୍କ ସ୍କିନ୍ ଅଏଲି, ତେବେ ବାଦାମ ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଦ୍ୱାରା କଳା ଦାଗ, ବ୍ରଣ ଦାଗ ଦୂର ହୋଇଥାଏ । ତ୍ୱଚାକୁ ଚମକିବା ଏବଂ ଦାଗହୀନ କରିବାରେ ଏହା ବହୁତ ସହାୟକ ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ :

ସାମଗ୍ରୀ :

୮-୧୦ ଟି ବାଦାମ

୧ କପ୍ କ୍ଷୀର

ରାତିରେ ବାଦାମକୁ ଭିଜାଇ ରଖନ୍ତୁ । ପରଦିନ ବାଦାମରୁ ଚୋପା ଛଢାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ କ୍ଷୀର ମିଶାଇ ଫେସପ୍ୟାକ୍ ପ୍ରସ୍ତୁତ୍ କରନ୍ତୁ । ଏହାପରେ ପ୍ରଥମେ ମୁହଁକୁ ଭଲଭାବରେ ସଫା କରନ୍ତୁ । ମୁହଁ ଏବଂ ବେକରେ ଭଲଭାବରେ ଫେସପ୍ୟାକ୍ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ମୁହଁକୁ ସଫା ପାଣିରେ ଧୋଇଦିଅନ୍ତୁ ।

   Related Posts