Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସଲମାନଙ୍କ ଫିଲ୍ମ ‘ଭାରତ’ ଦେଖିବା ପାଇଁ ପୁରା ସିନେମା ହଲ ବୁକ କଲେ ଜଣେ ପ୍ରଶଂସକ

2/06/2019 at 7:28 PM

ନାସିକ ୨/୬ : ସଲମାନ ଖାନଙ୍କ ଫିଲ୍ମ ଭାରତ ଆସନ୍ତା ୫ ତାରିଖରେ ରିଲିଜ ହେବାକୁ ଯାଉଛି । ଏଥିପାଇଁ ପ୍ରଶଂସକଙ୍କ ମନରେ ଅନେକ ଉତ୍ସାହ ଆଗ୍ରହ ଦେଖିବାକୁ ମିଳିଛି । ଫିଲ୍ମର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି । ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଅଲଗା ପ୍ରକାର କ୍ରେଜ୍ ରହିଛି । ନାସିକ ରହୁଥିବା ସଲମାନ ଖାନଙ୍କ ଜଣେ ପ୍ରଶଂସକ ପୁରା ଫିଲ୍ମ ହଲ୍ ବୁକ୍ କରିଛନ୍ତି ।

ଯୁବକ ଜଣକ ହେଲେ ଆଶିଷ ସିଂଘଲ । ଆଶିଷ ଭାରତ ଫିଲ୍ମ ରିଲିଜ ହେବାର ପ୍ରଥମ ଦିନ ପ୍ରଥମ ଶୋ ଦେଖିବା ପାଇଁ ନାସିକର ଏକ ସିନେମା ହଲ୍ ବୁକ କରିଛନ୍ତି ।

ଫିଲ୍ମରେ ସଲମାନ ଖାନଙ୍କୁ ୫ଟି ଅଲଗା ଅଲଗା ଲୁକରେ ଦେଖିବାକୁ ମିଳିବ । ଫିଲ୍ମରେ ସେ ଯୁବ ସର୍କସ ଚମ୍ପିୟାନ ଠୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ବୃଦ୍ଧ ଭୂମିକାରେ ଅଭିନୟ କରିଛନ୍ତି  । ଫିଲ୍ମରେ ସଲମାନ ଖାଁଙ୍କ ବ୍ୟତୀତ କ୍ୟାଟ୍ରିନା, କୈଫ, ତବୁ, ଦିଶା ପଟାନୀ, ସୁନୀଲ ଗ୍ରୋଭର, ଜୈକି ଶ୍ରଫ ଅଛନ୍ତି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅଲ୍ଲୀ ଅବ୍ବାସ ଜଫର ।

   Related Posts