୨୦୨୧ ଖ୍ରୀଷ୍ଟମାସରେ ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା' ଓ ଆମିରଙ୍କ ଫିଲ୍ମ 'ଲାଲ ସିଂହ ଚଡ୍‌ଢା ' ମଧ୍ୟରେ ହେବ କଡା ଟକ୍କର

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩।୦୮: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା'ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଫିଲ୍ମର ପ୍ରଥମ ଭାଗ ୨୦୨୧ ଖ୍ରୀଷ୍ଟମାସରେ ରିଲିଜ୍ ହେବ। ଫିଲ୍ମଟି ହିନ୍ଦୀ ସମେତ ୫ ଭାଷାରେ ରିଲିଜ୍ ହେବ। ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରର ମୁକାବିଲା ଆମିର ଖାନଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ 'ଲାଲ ସିଂହ ଚଡ୍‌ଢା' ସହ ହେବ। ଖ୍ରୀଷ୍ଟମାସରେ ଏବେ ସିନେ ପ୍ରେମୀଙ୍କୁ ଦୁଇଟି ଭଲ ଚଳଚ୍ଚିତ୍ର ଦେଖିବାକୁ ମିଳିବ।

ଅଲ୍ଲୁ ଅର୍ଜୁନ ନିଜେ ଟ୍ଵିଟରରେ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ଫିଲ୍ମରେ ଅଲ୍ଲୁଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଓ ଫହଦ ଫାସିଲଙ୍କ ପରି ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିଛନ୍ତି। ବର୍ଷର ଶେଷ ଆଡକୁ ସବୁଠୁ ବଡ ଫିଲ୍ମ ଟକ୍କରକୁ ନେଇ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି।

ଆକ୍ସନରେ ଭରପୂର ଫିଲ୍ମର କାହାଣୀ

wp:html /wp:html

ଫିଲ୍ମ ପୁଷ୍ପାରେ ନିର୍ଦ୍ଦେଶକ ସୁକୁମାର ଓ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ପୁଣି ଥରେ ଏକାଠି କାମ  କରିଛନ୍ତି। ଏହାକୁ ନେଇ ମୈତ୍ରୀ ମୁଭି ମେକର୍ସର ନିର୍ମାତା ନବୀନ ୟରନେନୀ ଓ ଓ୍ଵାଇ ରବିଶଙ୍କର କହିଛନ୍ତି, ପୁଷ୍ପାର କାହାଣୀ ଆକ୍ସନରେ ଭରପୂର ରହିଛି। ଏଥିରେ ଏମିତି ମୁହୂର୍ତ୍ତ ଏବଂ ଦୃଶ୍ୟ ରହିଛି ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁଯିବ। ଫିଲ୍ମକୁ ତିଆରି କରିବା ଆମ ପାଇଁ ବହୁତ ଆକର୍ଷଣୀୟ ରହିଛି।

୨୦୨୨ରେ ରିଲିଜ୍ ହେବ ଦ୍ଵିତୀୟ ଭାଗ

ନିର୍ମାତା କହିଛନ୍ତି, ଏହି ଫିଲ୍ମ ପ୍ରଥମରୁ ହିଁ ଦର୍ଶକଙ୍କ ମନରେ ବହୁତ ଉତ୍ସୁକତା ଭରି ରହିଛି। ଆମେ ଆଶା କରୁଛୁ ଯେ, ପ୍ରଶଂସକ ଏହି ଫିଲ୍ମକୁ ଖୁବ୍ ଭଲ ପାଇବା ଦେବେ। ପ୍ରଥମ ଥର ଦର୍ଶକ ଅଲ୍ଲୁ ଅର୍ଜୁନ ଓ ରସ୍ମିକା ମନ୍ଦାନାଙ୍କୁ ବଡ ପରଦାରେ ଦେଖିବେ। ଫିଲ୍ମର ଦ୍ଵିତୀୟ ଭାଗ ୨୦୨୨ରେ ରିଲିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.