Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଭତ୍ତା କେଳେଙ୍କାରୀ ପଲିଟିକ୍ସ: ଠୋସ୍ ଆକ୍ସନ ଦାବି କଲେ ବିଜେପି ଏବଂ କଂଗ୍ରେସ, କରିବେ ବ୍ଲକ ଘେରାଉ

3/07/2020 at 7:04 PM

ଭଦ୍ରକ୩/୭: ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ଟିପଚିହ୍ନ ଦେଇ ଭତ୍ତା ଟଙ୍କା ହଡପ ଘଟଣାର ନୂଆ ମୋଡ ନେଇଛି । ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିରୋଧୀ। ଭଦ୍ରକ ଜିଲ୍ଲା କଳେଇ ପଞ୍ଚାୟତରେ ଭୂତ ନେଉଛି ଭତ୍ତା। ଏହି ଖବର ନ୍ୟୁଜ ସେଭେନରେ ପ୍ରସାରଣ ହେବା ପରେ ବି  ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏବେ ଜିଲ୍ଲା ବିଜେପିର ଏକ ଟିମ୍‌ ଜିଲ୍ଲାପାଳଙ୍କୁ ଭେଟିବା ନେଇ ସୂଚନା ଦେଇଥିବା ବେଳେ କଂଗ୍ରେସ କହିଛି କାର୍ଯ୍ୟାନୁଷ୍ଠାନ ନ ହେଲେ ବ୍ଲକ ଘେରାଉ  ହେବ।

ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ ଏହି ଭଳି ଦୁର୍ନୀତି ହୋଇଛି। ଏହି ଭତ୍ତା କେଳେଙ୍କାରୀର ତଥ୍ୟ ଭିତ୍ତିକ ଖବର ପ୍ରସାରଣ କରିଛି ନ୍ୟୁଜ ସେଭେନ । ଏହି ପଞ୍ଚାୟତରେ ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଏ ଏନ୍‌ ଏମ୍‌ ନିଜ ରିପୋର୍ଟରେ ଦର୍ଶାଇଛନ୍ତି । କିନ୍ତୁ ଭତ୍ତା ରେଜିଷ୍ଟରରେ ମୃତବ୍ୟକ୍ତିଙ୍କ ଟିପଚିହ୍ନ ଦେଇ ଟଙ୍କା ଚାଲୁ ହେଉଛି। ସୂଚନା ଅଧିକାର ଆଇନ୍‌ରେ ଏହି ତଥ୍ୟ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ପ୍ରମାଣ ପରେ ମଧ୍ୟ ପ୍ରଶାସନ ଆକ୍ସନକୁ ଆସୁନି।

ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଏବେ ବିଜେପି କହିଛି ଯେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଯଦି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି। ତେବେ ଜିଲ୍ଲାପାଳଙ୍କୁ ଏନେଇ ଭେଟିବ ଟିମ୍‌ ଆଉ ଦାବି କରିବ। ଯେମିତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ତଥ୍ୟ କୁ ସାମ୍ନାକୁ ଆଣିଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେଲାଣି ।  ଏପଟେ ଜିଲ୍ଲାପାଳ କହିଛନ୍ତି ଯେ, ତାଙ୍କୁ ତଥ୍ୟ ଦେବାପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ।

   Related Posts