Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସରକାରଙ୍କ ବଡ ପଦକ୍ଷେପ: ଚୀନ-ଭିଏତନାମକୁ ମାତ୍ ଦେବା ପାଇଁ ଦେଶୀ ମୋବାଇଲ କମ୍ପାନୀକୁ ୪୮ ହଜାର କୋଟି ଟଙ୍କାର ପ୍ୟାକେଜ୍

22/03/2020 at 3:54 PM

ନୂଆଦିଲ୍ଲୀ ୨୨।୦୩: କେନ୍ଦ୍ର ମନ୍ତ୍ରିମଣ୍ଡଳ ଦେଶରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫେକଚରିଂକୁ ପ୍ରୋତ୍ସାହନ ଦେବା ପାଇଁ ତିନୋଟି ବଡ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ସରକାର ଦେଶୀ ମୋବାଇଲ କମ୍ପାନୀ ପାଇଁ ୪୮ ହଜାର  କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ ବ୍ୟବସ୍ଥା କରିଛନ୍ତି। ଏହା ଦ୍ଵାରା ମୋବାଇଲ ମ୍ୟାନୁଫେକଚରିଂରେ ଚୀନ ଓ ଭିଏତନାମକୁ ମାତ୍ ଦେବାରେ ବେଶ୍ ସହାୟକ ହେବ। କେନ୍ଦ୍ର ଦୂର ସଞ୍ଚାର ଓ ସୂଚନା ପ୍ରଦୌଗିକି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କୁ ଏହି ଯୋଜନାରେ ୨୦୨୫ ପର୍ଯ୍ୟନ୍ତ ୧୦ ଲକ୍ଷ କୋଟି ଟଙ୍କାର ମ୍ୟାନୁଫେକଚରିଂ ରାଜସ୍ଵ ଓ ୨୦ ଲକ୍ଷ ନିଯୁକ୍ତିର ଅବସର ସୃଷ୍ଟି ହେବ।

ମନ୍ତ୍ରିମଣ୍ଡଳ ଦେଶର ଚିକିତ୍ସାରେ ବୈଦ୍ୟୁତିକ ଉତ୍ପାଦର ଆମଦାନୀ ଉପରେ ନିର୍ଭରତାକୁ କମ କରିବା ପାଇଁ ଡାକ୍ତରୀ ଉପକରଣ ଆମଦାନୀ ଉପରେ ପ୍ରୋତ୍ସାହନ ରାଶିକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ପ୍ରସାଦ କହିଛନ୍ତି ଯେ, ସରକାର ବୈଦ୍ୟୁତିକ ଉତ୍ପାଦର ବିନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ପାଞ୍ଚ ବର୍ଷରେ ୪୦,୯୯୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବେ। ଏହି ଯୋଜନା ଆଧାରରେ ପୁଞ୍ଜିଗତ ନିବେଶ ଉପରେ ୨୫ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ।

ପ୍ରସାଦ କହିଛନ୍ତି ଭାରତକୁ ନୂତନ ଦିଗ ଦେବା ତଥା ଚିକିତ୍ସା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣର ବଡ କେନ୍ଦ୍ରରେ ପରିଣତ କରିବାକୁ ଦୀର୍ଘକାଳିନ ନୀତିଗତ ନିର୍ଣ୍ଣୟ ନିଆଯାଇଛି। କ୍ୟାବିନେଟ୍  ବୈଠକରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କମ୍ପାନୀ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନକୁ ମଞ୍ଜୁରୀ ଦେଇଛନ୍ତି। ଆମେ ଏହି କ୍ଷେତ୍ରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ରାଶି ଆଧାରରେ ଆଗାମୀ ପାଞ୍ଚ ବର୍ଷରେ ୪୦,୯୯୫ କୋଟି ଟଙ୍କା ଉପଲବ୍ଧ କରାଇବାକୁ  ବୋଲି ପ୍ରସାଦ କହିଛନ୍ତି। ଆମେ ଏହି ଯୋଜନା ଦମରେ ୨୦୨୫ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କାର ବିନିର୍ମାଣ ରାଜସ୍ଵ ପ୍ରାପ୍ତିର ଆଶା ରଖିଛୁ ବୋଲି ସେ କହିଛନ୍ତି।

କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଉପରେ ୨୫ ପ୍ରତିଶତ ପ୍ରୋତ୍ସାହନ

ପ୍ରସାଦ କହିଛନ୍ତି ଯୋଜନା ଆଧାରରେ ପୁଞ୍ଜିଗତ ନିବେଶ ଉପରେ ୨୫ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ଇଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରୋଦୌଗିକି ମନ୍ତ୍ରଣାଳୟ ବୟାନରେ କହିଛି ଯେ, ଯୋଜନାର ଲକ୍ଷ୍ୟ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ତଥା ମୋବାଇନ ଫୋନ ବିନିର୍ମାଣ, ମେକିଂ ଆଣ୍ଡ ପ୍ୟାକେଜିଂ ୟୁନିଟ୍ ସମେତ ବିଶିଷ୍ଟ ଇଲେକ୍ଟ୍ରୋନିକ୍ସ ଉପକରଣର ବିନିର୍ମାଣରେ ନିବେଶକୁ ଆକର୍ଷିତ କରିବା ରହିଛି। ଯୋଜନା ଆଧାରରେ  ସ୍ଥିରିକୃତ କ୍ଷେତ୍ରର ଯୋଗ୍ୟ କମ୍ପାନୀକୁ ବିକ୍ରିରେ ହୋଇଥିବା ବୃଦ୍ଧି ଉପରେ ଚାରିରୁ ଛଅ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ଏହି ପ୍ରୋତ୍ସାହନ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ମିଳିବ।

ଏହି ଯୋଜନା ଆଧାରରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ରୋଜଗାରର ଆଠ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଅନୁମାନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଉଦ୍ୟୋଗ ଜଗତ ଅନୁମାନ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ବିନିର୍ମାଣରେ ସମଗ୍ର ଦେଶରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି।

   Related Posts