Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଅଧ ରାତିରେ ବିଛଣା ଉପରକୁ ଚଢ଼ିଗଲା କୁମ୍ଭୀର ଛୁଆ, ତାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

20/06/2020 at 5:07 PM

ନୂଆଦିଲ୍ଲୀ ୨୦/୦୬ : ଏକ କୁମ୍ଭୀର ଛୁଆର ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି | ଭାଇରାଲ ଭିଡିଓରେ ଏକ କୁମ୍ଭୀର ଛୁଆ ଜଣକର ବିଛଣା ଉପରେ ଚାଲୁଥିବା ଦେଖିବାକୁ ମିଳିଛି | ଭିଡିଓକୁ tangothedwarfcaiman namaka ଜଣେ ୟୁଜର ସେୟାର କରିଛନ୍ତି | ଭିଡିଓ ପୋଷ୍ଟ କରି ୟୁଜର କ୍ୟାପସନ ଲେଖିଛନ୍ତି, କୁମ୍ଭୀର ଛୁଆ ମୋତେ ଗୁଡ଼ନାଇଟ କିସ ନ କରି ଶୁଏନାହିଁ | ଏହି କୁମ୍ଭୀର ଛୁଆର ନାଁ ଟୋଙ୍ଗୋ |

କୁମ୍ଭୀର ଛୁଆର ମାଲିକ କହିଛନ୍ତି, ସେ ପ୍ରତିଦିନ ରାତିରେ ତାଙ୍କୁ ଗୁଡ଼ନାଇଟ କିସ କରିବାକୁ ଆସିଥାଏ | କିସ କରିବା ପରେ ପୁଣି ନିଜ ଟ୍ୟାଙ୍କକୁ ଫେରିଯାଇଥାଏ | କୁମ୍ଭୀର ଛୁଆର ଏହି ସ୍ନେହ ତାଙ୍କୁ ବହୁତ ପସନ୍ଦ ବୋଲି ସେ କହିଛନ୍ତି | ସୋସିଆଲ ମିଡ଼ିଆରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି | ଭିଡିଓକୁ ଏବେ ସୁଦ୍ଧା ୩୭ ହଜାର ଲୋକ ଦେଖି ସାରିଛନ୍ତି | ଭିଡିଓରେ ୧୦୦ ରୁ ଅଧିକ କମେଣ୍ଟ ମଧ୍ୟ ମିଳିସାରିଛି | ଜଣେ ୟୁଜର କମେଣ୍ଟ ବକ୍ସରେ ଲେଖିଛନ୍ତି, ଟୋଙ୍ଗୋ ବହୁତ କ୍ୟୁଟ ହେଇଚି |

   Related Posts