Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବାରମ୍ବାର ଧରାପଡିବା ପରେ ବି ହୋଟେଲ୍‌ରେ ଚାଲିଛି ଦେହ ବ୍ୟବସାୟ, ନୀଳଗିରି ମାଉଣ୍ଟେନ ଟ୍ରେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂର୍ବତନ ବିଧାୟକ

8/08/2020 at 9:48 AM

ନୀଳଗିରି ୦୮।୦୮: ନୀଳଗିରି ଉପଖଣ୍ଠ ପଞ୍ଚଲିଙ୍ଗେଶ୍ୱର ହୋଟେଲରେ ବଢୁଛି ଦେହ ବ୍ୟବସାୟ। ବାରମ୍ବାର ଅଭିଯୋଗ ପରେ ବି ପୋଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ଏଭଳି ଅନୈତିକ କାର୍ଯ୍ୟ ବଢିବଢି ଚାଲିଛି। କିଛିଦିନ ଆଗରୁ ମାଉଣ୍ଟେନ ଟ୍ରେଲ ନାମକ ହୋଟେଲରେ ଜଣେ ଭିନ୍ନକ୍ଷମ ଯୁବତୀକୁ ଗଣବଳାତ୍କାର ହୋଇଥିଲା । ଏହା ପରେ ଯୁବତୀ ଜଣକ ବାଙ୍କୀ ଥାନାରେ ମାମଲା ରୁଜୁ ପରେ ମଧ୍ୟ ଅଭିଯୁକ୍ତ ହୋଟେଲ ମାଲିକ ନିଜକୁ ନିର୍ଦ୍ଦୋଷ ସଫେଇ ଦେଇ ସ୍ପଷ୍ଟ ଦିବା ଲୋକରେ ଘୁରିବୁଲୁଥିବା ଅଭଯୋଗ ଉଠିଥିଲା। ହୋଟେଲରେ ନୀଳଗିରି ପୋଲିସ ଚଢ଼ାଉ କରି ଜଣେ ନାବାଳିକା ଓ ଜଣେ ଯୁବକକୁ ହୋଟେଲରେ ପାଇବା ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ତେବେ ଏଭଳି ହୋଟେଲକୁ କଣ ପାଇଁ ସିଲ କରାନଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଢଙ୍ଗୀ ମୂଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଠାରୁ ମାତ୍ର ୮ କିଲୋମିଟର ଦୂରର ଅବସ୍ଥିତ ପଞ୍ଚଲିଙ୍ଗେଶ୍ୱର । ଏହି ସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକ ବୁଲି ଆସିବାର ନଜିର ରହିଛି। ପର୍ଯ୍ୟଟକ ମାନଙ୍କ ରହଣି ପାଇଁ ବହୁ ହୋଟେଲ ରହିଛି। ଅନ ଲାଇନ ଜରିଆରେ ପର୍ଯ୍ୟଟକ ମାନଙ୍କୁ  ବୁକିଂ କରିବାର ବ୍ୟବସ୍ଥ ରହିଛି। ହେଲେ ବହୁ ହୋଟେଲରେ  ପର୍ଯ୍ୟଟକ ଆଳରେ ଚାଲିଛି ଦେହ ବ୍ୟବସାୟ। କଲେଜ ପଢୁଆ ପ୍ରେମୀ ଯୁଗଳଙ୍କ ଲମ୍ବା ଲାଇନ ଲାଗିଛି ଏହି ସ୍ଥାନକୁ। ପାହାଡ଼ ମୂଳରେ ନିଛାଟିଆ ସ୍ଥାନରେ ପ୍ରେମୀଯୁଗଳ ନିଜକୁ ନିରାପଦ ମଣୁଥିବା ବେଳେ ବହୁ ହୋଟେଲ ମାଲିକ ସେମାନକୁ ପୋଲିସକୁ ଭୟ କରିବାର ନହିଁ ବୋଲି ପ୍ରତିଶ୍ରୁତି ଦେଇ ନିଜର ବ୍ୟବସାୟ ଚଳାଇଥାନ୍ତି। ବାରମ୍ବାର ଏନେଇ ଅଭିଯୋଗ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ।

ବାଙ୍କୀ ଥାନା ଅଧିନରେ ଥିବା ଜଣେ ଭିନ୍ନକ୍ଷମ ଯୁବତୀ ତାର ସମ୍ପର୍କୀୟଙ୍କ ସହାୟତାରେ ଗତ ମାର୍ଚ୍ଚ ମାସ ୨୦ ତାରିଖରେ ହୋଟେଲରେ ଚାକିରୀ କରିବାକୁ ପଞ୍ଚଲିଙ୍ଗେଶ୍ୱର ମାଉଣ୍ଟେନ ଟ୍ରେଲକୁ ଆସିଥିଲେ। କିନ୍ତୁ ହୋଟେଲରେ ତାଙ୍କୁ ଗଣ ବଳାତ୍କାର ହେବା ସହ କୋଠାରୁ ତଳକୁ ଠେଲି ଦେଇଥିଲେ। ତାଙ୍କର ଗୋଡ଼ ଦୁଇଟି ଭାଙ୍ଗିଯାଇଥିବା ବେଳେ , ସେ ଗୁରୁତର ଅବସ୍ଥାରେ ସେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଈଶ୍ୱର ନାମକ ଯୁବକ ତାଙ୍କୁ ହସ୍ପିଟାଲରେ ନାମ ବଦଳାଇ ଚିକିତ୍ସା କରିବା ସହ ମୁହଁ ନଖୋଲିବାକୁ ଧମକ ଦେଇଥିଲେ। ତେବେ ସେହି ଅଂଚଳରେ ସ୍ବେଛାସେବୀ ସଂଗଠନ ସହାୟତାରେ ପିଡିତା ବାଙ୍କୀ ଥାନାରେ ଅଭିଯୋଗ କରିଥିଲା । ଏହାପରେ ବାଙ୍କୀ ପୋଲିସ ମାମଲା ରୁଜୁ କରିଥିଲା। ନୀଳଗିରି ପୋଲିସ ସହାୟତାରେ ହୋଟେଲରେ ମଧ୍ୟ ରେଡ଼ କରାଯାଇଥିଲା ।

କିନ୍ତୁ ହୋଟେଲ ମାଲିକ ଫେରାର ହୋଇଯାଇଥିଲା। ପରେ ହୋଟେଲ ମାଲିକ ଜଣକ ପଞ୍ଚଲିଙ୍ଗେଶ୍ୱରରେ ବୁଲିବା ଓ ଅନ୍ୟ ହୋଟେଲ ମାଲିକଙ୍କୁ ଧମକ ଚମକ ଦେବା ଅଭିଯୋଗ ଉଠିଥିଲା। ନୀଳଗିରି ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇନଥିଲା। ପରେ ଘଟଣା ଚାପିଯିବା ଆଶଙ୍କା ନେଇ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ଉଚ୍ଚସ୍ତରୀୟ  ତଦନ୍ତ ଦାବି କରି ଡିଜି ଓ ମୁଖ୍ୟମନ୍ତ୍ରୀ , ଆଇଜିଙ୍କୁ ଚିଠି ଲେଖିଥିଲେ। ତଥାପି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଇନାହିଁ। ଏବେ କରୋନା କଟକଣା ପାଇଁ ହୋଟେଲ ବନ୍ଦ ହେବାର ନିର୍ଦେଶ ଥିବା ବେଳେ ପୋଲିସର ଚଢ଼ାଉ କିମ୍ବା ଗିରଫ ହେବାକୁ ଖାତିର ନକରି ମାଉଣ୍ଟେନ ଟ୍ରେଲ ଖୋଲା ଯାଇଥିବା ଜଣାପଡିଥିଲା। ଦେହ ବ୍ୟବସାୟ ଠାରୁ ଆରମ୍ବ କରି ଅନେକ ବେଆଇନ କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଘଟଣାକୁ ବହୁ ସମୟ ବିତିଯାଇଥିଲେ ମଧ୍ୟ ନୀଳଗିରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ବ କରିଛି।

ମଙ୍ଗଳବାର ରାତ୍ରରେ ନୀଳଗିରି ଏସଆଇ ଗଣେଶ ଚନ୍ଦ୍ର ତ୍ରିପାଠୀ ପୋଲିସ ଫୋର୍ସ ନେଇ ଅତର୍କିତ ଚଢ଼ାଉ କରିଥିଲେ। କିଛି ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ଉଦ୍ଧାର କରିଥିଲେ। ଚାରିଜଣ ଫେରାର ହୋଇଥିଲେ। ଆଉ ଦୁଇଜଣ ନିଜର ସମ୍ମତି ଥିବା ସାବାଳକ ଓ ସାବାଳିକା ହୋଇଥିବା ଯୋଗୁଁ ତାଙ୍କୁ ଛାଡି ଦିଆଯାଇଥିଲା। ନୀଳଗିରି ଅଞ୍ଚଳର ଜଣେ ନାବାଳିକା ଓ ଆମ୍ବୁଡ଼ିହା ଅଂଚଳର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ।  ହୋଟେଲ କର୍ମଚାରୀ ପ୍ରଭାକର ବେଜଙ୍କୁ ଗିରଫ କରାଯାଇଥିବା ବେଳେ ନାବାଳିକାର ମା ଝିଅକୁ ଅପହରଣ କରିବା ଅଭିଯୋଗ ପରେ ଯୁବକଙ୍କୁ  ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବେ କରୋନା କଟକଣାକୁ ଖାତିର ନକରି ହୋଟେଲ ଖୋଲାଯିବା ଓ ଅନୈତିକ କାର୍ଯ୍ୟ କରି ଧରାପଡିବା ପରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି। ହୋଟେଲ ସିଲ କରିବା ସହିତ ହୋଟେଲ ଲାଇସେନ୍ସ ଖାରଜ କରିବା ପାଇଁ ଦାବି କରିଛନ୍ତି । ଏହା ସହ ହୋଟେଲ ମାଲିକଙ୍କୁ ଗିରଫ କରିବାକୁ ସେ ପତ୍ରରେ ଲେଖିଛନ୍ତି। ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ସହିତ ପଞ୍ଚଲିଙ୍ଗେଶ୍ୱରରେ  ଏଭଳି କାମ ପାଇଁ ବଦନାମ ହେଉଥିବାରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନେଇ ମୁଖ୍ୟମନ୍ତ୍ରୀ ସମେତ ମୁଖ୍ୟ ଶାସନ ସଚିବ,ଡିଜି ପୋଲିସ, ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି।

   Related Posts