ମାମୁଁର ଔରସରୁ ୩ଟି ଛୁଆର ମାଆ ହୋଇଛି ଭାଣିଜୀ, ୧୪ବର୍ଷ ବୟସରୁ ପାଇଚାଲିଛି କଷ୍ଟ : ଏକ ସାଂଘାତିକ ଯୌନ ବ୍ୟଭିଚାର !

Published By : Prameya-News7 Bureau | April 20, 2021 IST

ଭୁବନେଶ୍ୱର ୨୦।୦୪ : ମାମୁଁ ନା ରାକ୍ଷସ । ୧୫ବର୍ଷ ଧରି ନିଜ ଭାଣେଜୀକୁ ଦେଇଚାଲିଥିଲା ଶାରିରୀକ ନିର୍ଯ୍ୟାତନା ।  ଆଉ ଏହାକୁ ଭାଣେଜି ବିରୋଧ କରିବାରୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା ମାମୁଁ ।  ଏବେ ଭାଣେଜୀ ୩ଟି ସନ୍ତାନର ମାଆ । କଥାଟି ଗପ ଲାଗିଲେ ବି ସତ । ରାଜଧାନୀ ଉପକଣ୍ଢ ବାଲିପାଟଣା ଥାନାହାଟ ଗାଁରେ ଘଟିଛି ଏପରି ଏକ ସମ୍ବେଦନଶୀଳ ଘଟଣା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡିତା ଜଣଙ୍କ ଶେଷରେ ନ୍ୟାୟ ପାଇଁ ପ୍ରେସମିଟ୍‌ ଜରିଆରେ ନିଜ ନିର୍ଯ୍ୟାତନାର କରୁଣ କାହାଣୀ ବଖାଣିଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଯେତେବେଳେ ୧୪ବର୍ଷ ହୋଇଥିଲା । ସେତେବେଳେ  ସେ ତାଙ୍କର ଜଣେ ସଂପର୍କୀୟ ମାମୁଁଙ୍କ ପାଖରେ ରହୁଥିଲେ । ଏହାର ସୁଯୋଗ ନେଇ ମାମୁଁ ତାଙ୍କୁ ଦୁଷ୍କର୍ମ କରିଥିଲେ । କିଛି ଦିନ ପରେ ପୀଡିତା ଏ ସଂପର୍କରେ ପରିବାର ଲୋକଙ୍କ ଜଣାଇଥିଲେ । କିନ୍ତୁ ପରିବାର ଲୋକ ଲଜ୍ୟା ଡ଼ରରେ ଝିଅକୁ ମାମୁଁ ପାଖରେ ଛାଡିଦେଇଥିଲେ । ଏହିପରି ଲଗାତର ଭାବେ ରାକ୍ଷସ ମାମୁଁ ମାନିସକ ଓ ଶାରିରିକ ନିର୍ଯ୍ୟାତନା ଦେଇଆସିଥିଲା । ଏପରିକି ଏବେ ତାଙ୍କର ୩ଟି ସନ୍ତାନ ରହିଛନ୍ତି । ତାଙ୍କ ମାମୁଁ ହିଁ ସେ ପିଲାମାନଙ୍କର ବାପା ବୋଲି କହିଛନ୍ତି । ଏହିପରି ଭାବେ ଗତ ୧୪ବର୍ଷ ହେଲା ମାମୁଁ ଦେଇଚାଲିଥିଲା ଅକଥନୀୟ ନିର୍ଯ୍ୟାତନା । ସୋସିଆଲ ମିଡିଆରେ ଅଶ୍ଲୀଳ ଫଟୋ ପୋଷ୍ଟ କରି ବାଦ୍‌ନାମ କରିବାକୁ ମଧ୍ୟ ଉଦ୍ୟମ କରିଥିଲା ରାକ୍ଷସ ମାମୁଁ ।

ସେହିପରି ମହିଳା କମିଶନ କାର୍ଯ୍ୟାଳୟରେ ଅଭିଯୁକ୍ତ ମାମୁ ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାନବାଧିକାର କର୍ମୀ ଦେବାଶିଷ ମିଶ୍ରଙ୍କୁ ଆକ୍ରମଣ କରିଥିବା ପୀଡିତା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି । ତାଙ୍କୁ ଓ ତାଙ୍କ ୩ ପିଲାଙ୍କୁ ନ୍ୟାୟ ନ ମିଳିଲେ ସେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୩ ପିଲାଙ୍କୁ ଧରି ଧାରଣା ଦେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.