Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଖେରି ପରେ ହରିୟାଣାରେ କୃଷକଙ୍କ ଉପରକୁ ଗାଡି ମଡ଼ାଇ ଦେବା ଅଭିଯୋଗ: ବିଜେପି ସାଂସଦଙ୍କୁ କାର୍ଯ୍ୟକ୍ରମକୁ ବିରୋଧ ପ୍ରଦର୍ଶନ

7/10/2021 at 3:29 PM

ଅମ୍ବାଲା ୦୭/୧୦ : ହରିୟାଣା ଅମ୍ବାଲା ଜିଲ୍ଲା ନାରାୟଣଗଡ଼ରେ ଗୁରୁବାର ଦିନ ବିଜେପି ନେତା ଏକ ସମ୍ମାନ ସମାରୋହରେ ଖେଳ ମନ୍ତ୍ରୀ ସନ୍ଦୀପ ସିଂହ ଓ କୁରୁକ୍ଷେତ୍ର ସାଂସଦ ନାୟବ ସାଇନି ପହଞ୍ଚିବାର ଥିଲା। ଯେମିତି କୃଷକ ଏ ସମ୍ପର୍କରେ ଜାଣିବାକୁ ପାଇଲେ କୃଷକ ସେଠାରେ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ପହଞ୍ଚି ଗଲେ। କୃଷକ ନାରାବାଜି କରିବା ସହ ରାସ୍ତା ମଧ୍ୟ ଯାମ କରିଦେଇଥିଲେ। ଏହି ବିରୋଧ ପ୍ରଦର୍ଶନରେ ଜଣେ କୃଷକ ଆହତ ହୋଇଛନ୍ତି। ବ୍ୟବସ୍ଥା ସୁଧାରିବାକୁ ଘଟଣାସ୍ଥଳରେ ପୋଲିସବଳ ନିୟୋଜିତ ଅଛନ୍ତି। ଜଣେ କୃଷକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରକୁ ଗାଡି ଚାଲି ଦେବାକୁ ଚେଷ୍ଟା କରାଯାଇଥିଲା।

ହରିୟାଣା କଂଗ୍ରେସ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛି। ଟ୍ୱିଟ କରି ଲେଖିଛି, କୁରୁକ୍ଷେତ୍ରରୁ ବିଜେପି ସାଂସଦ ନାୟବ ସାଇନିଙ୍କ କାର୍କେଟ ନାରାୟଣଗଡ଼ରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରକୁ ଗାଡି ଚଢ଼ାଇଛି, ଏହିଭଳି ଅମାନବୀୟ କୃତ୍ୟ ପାଇଁ ଜନତା କେବେ କ୍ଷମା କରିବନି କୃଷକଙ୍କ ପ୍ରତି ଅତ୍ୟାଚାର ବରଦାସ୍ତ ଯୋଗ୍ୟ ନୁହେଁ। ବିଜେପିର ଅହଂକାର ନାଶ ହେବ।

ଏହା ପୂର୍ବରୁ ରବିବାର ଦିନ ଉତ୍ତର ପ୍ରଦେଶ ଖେରିରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରକୁ ଗାଡି ଚଢାଇ ଦେବା ମାମଲା ସାମ୍ନାକୁ ଆସିଥିଲା। କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଗାଡି କୃଷକଙ୍କୁ ଚାପି ଦେଇଥିବା ନଜର ଆସିଛି। ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଆଶିଷ ଟେନିଙ୍କ ନାଁ ସାମ୍ନାକୁ ଆସିଛି। ସେ ହିଁ କୃଷକଙ୍କ ଉପରକୁ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

   Related Posts