ଚୀନ୍ ବିସ୍ତାରବାଦ ନୀତି ବିରୋଧରେ ଆକାର ନେଉଛି ଚତୁର୍ଦ୍ଦେଶୀୟ ମେଣ୍ଟ ‘QUAD’, ମୁଖ୍ୟ ଭୂମିକା ନେବ ଭାରତ

Published By : Prameya-News7 Bureau | August 07, 2020 IST

ନୂଆଦିଲ୍ଲୀ ୭।୮:  ଲଦ୍ଦାଖ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନର ଆକ୍ରମକତାକୁ ନେଇ ନୂଆଦିଲ୍ଲୀ ଓ ବେଜିଂ ଏବେ ମୁହାଁ ମୁହିଁ ଅବସ୍ଥାରେ। ଏଥିରେ ଚୀନ୍‌ର ବିସ୍ତାରବାଦ ନୀତି ବିରୋଧରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ମଧ୍ୟରେ ଚତୁର୍ଦ୍ଦେଶୀୟ ମେଣ୍ଟ ‘କ୍ୱାଡ୍’ ଆକାର ନେଇ ସାରିଥିବା ଏବେ ଜଣାପଡିଛି।  ଯେଉଁଥିରେ ଭାରତର ଭୂମିକା ପ୍ରମୁଖ ହେବ ବୋଲି ଏବେ ଅନୁମାନ କରାଗଲାଣି।

{"id":311116,"sizeSlug":"large"}

ଦକ୍ଷିଣ ଚୀନ୍‌ ସାଗରରେ ବେଜିଂ ନିଜକୁ ମଜଭୁତ କରିବାରେ ଲାଗିଛି। ଅପରପଟେ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଭାରତ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଉପୁଜିଥିବା ପରିସ୍ଥିତିରେ ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆମେରିକା ସେକ୍ରେଟାରି ଅଫ ଷ୍ଟେଟ୍‌ ମାଇକ୍‌ ପମ୍ପେୟୋଙ୍କ ଆଲୋଚନାକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

{"id":311117,"width":579,"height":361,"sizeSlug":"large"}

ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ମୁଖ୍ୟ ଉପ ମୁଖପାତ୍ର କୈଲ ବ୍ରାଉନ୍‌ ଜାରି କରିଥିବା ବିବୃତ୍ତିରୁ ଏହା ଜଣାପଡିଛି। ଏଥିରେ ଜୟଶଙ୍କର ଓ ପମ୍ପେୟୋ ଆଲୋଚନା ନେଇ ବ୍ରାଉନ୍ ସୂଚିତ କରିଛନ୍ତି। ଯେଉଁଥିରେ ପମ୍ପେୟୋ ଏବଂ ଜୟଶଙ୍କର ଦ୍ୱିପକ୍ଷୀୟ ଓ ବହୁପକ୍ଷୀୟ ପ୍ରସଙ୍ଗ ନେଇ ଆଲୋଚନା କରିଥିବା ସେ କହିଛନ୍ତି।  ଉଭୟ ନେତା ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରସ୍ପର ସହଯୋଗ ଜାରି ରଖିବା  ସହ ଚଳିତବର୍ଷ ଶେଷ ଆଡକୁ ଭାରତ ଏବଂ ଆମେରିକା ଟୁ ପ୍ଲସ୍ ୨ ମନ୍ତ୍ରୀସ୍ତରୀୟ ଆଲୋଚନା ସାଙ୍ଗକୁ ଚତୁର୍ଦ୍ଦେଶୀୟ ଆଲୋଚନାରେ ଆଗକୁ ବଢିବା ଲାଗି ସହମତ ହୋଇଥିହା ବ୍ରାଉନ୍ କହିଛନ୍ତି।  

{"id":311118,"sizeSlug":"large"}

ତେବେ ଅଧିକାରୀକ ସୂତ୍ରରୁ ମିଳୁଥିବା ସୂଚନାନୁସାରେ ଭାରତ ଓ ଆମେରିକା ଯଦିଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି, ହେଲେ ଚତୁର୍ଦ୍ଦେଶୀୟ ମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଭାରତ ନିଜର ଯୋଗାଣ ଶୃଙ୍ଖଳାକୁ ଗୋଟିଏ ଦିଗକୁ ନେଇ ଚତୁର୍ଦ୍ଦେଶୀୟ ସଦସ୍ୟଙ୍କ ସହ ଆର୍ଥିକ ଭାଗିଦାରୀ ବୃଦ୍ଧି କରିବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି।

{"id":311119,"sizeSlug":"large"}

ଟିକ୍‌ଟକ୍‌ ଓ ବିଚୈଟ୍‌କୁ ନେଇ ଗୁରୁବାର ଆମେରିକାର ଘୋଷଣା କ୍ୱାଡ୍‌ ଦିଗରେ ହେଉଥିବା ଅଗ୍ରଗତିର ଏକ ଉଦାହରଣ ବୋଲି ଏବେ ବିଚାର କରାଯାଉଛି। ଏଥିରେ ଆମେରିକା ଚୀନ୍‌ର ଉଭୟ ଆପ୍‌କୁ ଦେଶରେ ନିଷିଦ୍ଧ ଘୋଷଣା କରି ଔପଚାରିକ ଭାବେ କ୍ୱାଡ୍‌କୁ ଆଗକୁ ବଢାଉଥିବାର ସୂଚନା ଦେଇଛି। ଏହାକୁ ଚତୁର୍ଦ୍ଦେଶୀୟ ସୁରକ୍ଷା ବାର୍ତ୍ତା ବୋଲି ମଧ୍ୟ ଏବେ ବିଚାର କରାଯାଉଛି, ଯାହା ୨୦୦୭ରେ ଚାରି ରାଷ୍ଟ୍ର ମିଳିତ ଭାବେ ଆରମ୍ଭ କରିଥିଲେ। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଦାଖଲ ଲାଗି ଚୀନ୍‌ ସମ୍ପ୍ରସାରଣ କରୁଥିବା ସୈନ୍ୟ ସାମର୍ଥ୍ୟକୁ ନିୟନ୍ତ୍ରିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

{"id":311121,"sizeSlug":"large"}

୨୦୧୭ ଆସିୟାନ ଶିଖର ସମ୍ମିଳନୀ ଅବସରରେ ମେଣ୍ଟକୁ ପୁନର୍ଜୀବିତ କରିବା ଲାଗି ଦେଶମାନେ ସହମତ ହୋଇଥିବା ବେଳେ ନୂଆ ସରକାରମାନେ ଏଦିଗରେ କାର୍ଯ୍ୟ ଚଳାଇଛନ୍ତି। ସେବେଠାରୁ ଏହି ୪ ଦେଶଙ୍କ ମେଣ୍ଟ ଅନେକବାର ବୈଠକ ମଧ୍ୟ କଲେଣି। ଯେଉଁଥିରେ ଆସିୟାନ ଦେଶଙ୍କ ଜୀବନ ରେଖା କୁହାଯାଉଥିବା ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରକୁ ମୁକ୍ତ ରଖିବା ଲାଗି ଆହ୍ୱାନ ଦେଇଆସୁଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.