Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଝାରସୁଗୁଡାକୁ ଉଡାଣ ଭରିଲା ଏଲାଏନ୍ସ ଏୟାର ବିମାନ

1/06/2020 at 9:37 AM

ଝାରସୁଗୁଡା ୧/୬: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦୁଇମାସ ପରେ ବିମାନସେବା ଆଜି ଠାରୁ ପୁଣି ଆରମ୍ଭ ହୋଇଛି । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବା ପରେ ଝାରସୁଗୁଡାରୁ ୮ଟା ୧୦ରେ ବାହାରି  ଭୁବନେଶ୍ବର ଅଭିମୁଖେ ଯାଇଛି ।

କୋଲକାତାରୁ ୭ ଜଣ ଯାତ୍ରୀ ଆସିଥିବା ବେଳେ ଝାରସୁଗୁଡାରୁ ଭୁବନେଶ୍ୱରକୁ ଯାଇଛନ୍ତି ୧୨ ଜଣ ଯାତ୍ରୀ । ଏହା ଭୁବନେଶ୍ବରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡାରେ ପହଞ୍ଚିବ । ଏହାପରେ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ବିମାନ । ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।

ଏଥିସହ ସ୍ପାଇସଜେଟର ଅନ୍ୟ ଏକ ବିମାନ ମଧ୍ୟ ଦିନ ୧୨.୪୫ ମିନିଟରେ ହାଇଦ୍ରାବାଦ ଯିବ।  ମେ ୨୫ ତାରିଖରୁ ଦେଶରେ ଘରୋଇ ବିମାନ ଚଳାଚଳ ନେଇ  sop ଜାରି କରିଥଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ତେବେ ୨୫ ତାରିଖରେ ଏଲାଏନ୍ସ ଏୟାର ର ବିମାନ ବାତିଲ ହୋଇ ଯାଇଥିଲା । କୋଲକାତା ଓ ଭୁବନେଶ୍ବରକୁ ମେ ୩୧ ପର୍ଯ୍ୟନ୍ତ ବିମାନଯାତ୍ରା ବନ୍ଦ ରହିଥିବା ବେଳେ ଆଜି ବିମାନ ସେବା ଆରମ୍ଭ ହୋଇଥିବାରୁ ଖୁସି ଜାହିର କରିଛନ୍ତି ବିମାନ ଯାତ୍ରୀ ।

   Related Posts