ମାନବାଧିକାର ଆୟୋଗ ପର୍ଯ୍ୟନ୍ତ ପହଞ୍ଚିଲା ବିକାଶ ଦୁବେର ଏନକାଉଣ୍ଟର ମାମଲା, ଅଭିଯୋଗକାରୀ ପଚାରିଲେ ୫ ପ୍ରଶ୍ନ

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦।୦୭: ଉତ୍ତର ପ୍ରଦେଶର କାନପୁରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟର ଉପରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଏହି ଏନକାଉଣ୍ଟର ମାମଲା ଜାତୀୟ ମାନବାଧିକାର ଆୟୋଗ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଟିଭିର ବିତର୍କ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଓ ରାଜନୈତିକ ଟିପ୍ପଣୀକାର ତହସିନ ପୁନାଓ୍ଵାଲା ଏନକାଉଣ୍ଟର ବିରୋଧରେ ଆୟୋଗର ଦ୍ଵାରସ୍ଥ ହୋଇଛନ୍ତି।

ପୁନାଓ୍ଵାଲା ଟ୍ଵିଟ୍ କରି କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ସରକାର ଓ ୟୁପି ପୋଲିସ୍‌ ପଦାଧିକାରୀଙ୍କୁ ବଞ୍ଚାଇବା ପାଇଁ ଏକ ସ୍କ୍ରିପ୍ଟ ଆଧାରରେ ଶୁକ୍ରବାର ସକାଳେ ବିକାଶ ଦୁବେକୁ ମିଥ୍ୟା ଏନକାଉଣ୍ଟର କରାଯାଇଛି। ଏହା ବିରୋଧରେ ଜାତୀୟ ମାନବାଧିକାଠାରେ ଅଭିଯୋଗ କରିଛି।

wp:html /wp:html

ତହସିନ ପୁନାଓ୍ଵାଲ ଉଠାଇଲେ ୫ ପ୍ରଶ୍ନ

୧ – ସଡକ ସଂପୂର୍ଣ୍ଣ ସମତଳ ଏବଂ ଭଲ ଥିଲା, ତେବେ ଏସୟୁବି କାର ଓଲଟିଲା କେମିତ।

୨ – ବିକାଶ ଦୁବେ ଶାରୀରିକ ଭାବେ ଏତେ ବଳବାନ ନୁହେଁ, ଏହା ପରେ ବି ସେ କେମିତି ଶକ୍ତିଶାଳୀ ପୋଲିସ୍‌କର୍ମଚାରୀଙ୍କୁ ଧକ୍କା ଦେଇ ଓଲଟି ପଡିଥିବା କାରରୁ ବାହାରି ଖସି ପଳାଇବାକୁ ଚେଷ୍ଟା କଲା। ପୁଣି  ଅଭିଯୁକ୍ତ ପୋଲିସ୍‌କର୍ମଚାରୀଙ୍କ ମଧ୍ୟରେ ବସିଥିଲା।

୩ – ବିକାଶ ଦୁବେ ଏତେ ବଡ ଅପରାଧୀ ଥିଲା, ତଥାପି  ତାର  ହାତ କଣ ପାଇଁ ବନ୍ଧା ଯାଇନଥିଲା।

୪ – ବିକାଶ ଦୁବେ ଯେଉଁ ପିସ୍ତଲ ଛଡାଇଲା ତାହା ପୋଲିସ୍ ପୋଷାକ ସହ କାହିଁକି ଆଟାଚ୍‌ ନଥିଲା।

୫ – ବିକାଶ ଦୁବେର ଗାଡି ସହିତ ଯାଉଥିବା ପୋଲିସ୍ କଣ କରୁଥିଲେ ?

ଉଲ୍ଲେଖନୀୟ ଯେଉଁଭଳି ବିକାଶର ଏନକାଉଣ୍ଟର ହୋଇଛି ତାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ଏନକାଉଣ୍ଟର ସ୍ଥଳଠୁ କିଛି ଦୂରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇବା ହେଉ କି ସମର୍ପଣ ପରେ ବିକାଶ ଦୁବେ ଫେରାର ମାରିବାକୁ ଚେଷ୍ଟା କରିବା ହେଉ ଏସବୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ କହିଛନ୍ତି ଯେ, ବିକାଶ ଦୁବେର ଏନକାଉଣ୍ଟର ଏଥିପାଇଁ କରାଗଲା, ଯଦ୍ଵାରା ବିକାଶ ସହ ସଂଶ୍ଳିଷ୍ଟ ରାଜନୀତି ବ୍ୟକ୍ତି, ବଡ ବଡ ଅଧିକାରୀଙ୍କ ରାଜ ସାମ୍ନାକୁ ନଆସୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.