Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ…

8/04/2020 at 12:19 PM

ଯାଜପୁର୮/୪: ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଜଣେ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କାର୍ଯ୍ୟାଳୟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକଡାଉନ୍ କଟକଣା ନେଇ ସ୍ଥାନୀୟ ବିଡିଓଙ୍କ ନେତୃତ୍ବରେ ଏକ ଟିମ୍ ଯାଞ୍ଚ ଚଳାଇଥିବା ବେଳେ ଜଣେ ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅନୁମତି କ୍ରମେ ବିଡିଓ ଏନେଇ ସମ୍ପୃକ୍ତ ମହିଳାଙ୍କ ନାମରେ ଲିଖିତ ଏତଲା ଦେବା ପରେ ମହିଳାଙ୍କୁ ଦାନଗଦୀ ଫାଣ୍ଡିରେ ଅଟକ ରଖି ଘଟଣାର ଅନୁସନ୍ଧାନ ଜାରି ରଖିଛି ପୋଲିସ୍।

ମହିଳାଙ୍କୁ ପୋଲିସର ହସ୍ତାନ୍ତର କରାଯାଇଥିବା ବେଳେ ଯାଜପୁର ରୋଡ୍ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦାରଖ କରୁଛନ୍ତି। ତେବେ ମହିଳା ଜଣଙ୍କ କୋଲକାତାର ହୋଇଥିବା ବେଳେ କଳିଙ୍ଗନଗର ସ୍ଥିତ ଏକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି। ମହିଳା ଜଣକ ଏକ ସ୍କୁଟିରେ ଯାଉଥିବା ବେଳେ ବିଡିଓ ତାଙ୍କୁ ସ୍କୁଟି ରଖିବାକୁ କହିବାରୁ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏବଂ ବିଡିଓଙ୍କ ଉପରକୁ ସ୍କୁଟି ଫିଙ୍ଗିଦେବା ସହ ତାଙ୍କ ମୁହଁରୁ ମାସ୍କ ଛଡାଇ ନେଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ଅନ୍ୟଜଣେ କର୍ମଚାରୀଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିଲେ ସମ୍ପୃକ୍ତ ମହିଳା। ତେବେ ମହିଳା ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

   Related Posts