ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ: ସୁନୟନାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ହାଣିଥିଲା ଦୁର୍ବୃତ୍ତ

Published By : Prameya-News7 Bureau | July 03, 2020 IST

ଆନନ୍ଦପୁର୩/୭: ଏକତରଫା ପ୍ରେମରୁ ହତ୍ୟା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଧାତିକିଡିଆ ଗାଁରେ ଗତକାଲି କଲେଜ ପଢୁଆ ଝିଅ ସୁନୟନାଙ୍କ ହତ୍ୟାକାଣ୍ଡ ଘଟଣା ନୂଆଁ ମୋଡ ନେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକତରଫା ପ୍ରେମ ଜନିତ କାରଣକୁ ନେଇ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଆନନ୍ଦପୁର ଥାନା ଅଞ୍ଚଳର ଶାଳବଣି ଗ୍ରାମର ରିଙ୍କୁ ଦତ୍ତ ନାମକ ଜଣେ ଯୁବକଙ୍କ ସହ ଫୋନ୍‌ରେ ସୁନୟନା କଥା ହେଉଥିବା ପରିବାର ଲୋକେ କହିଛନ୍ତି। ମୃତ ସୂନୟନାଙ୍କ ପୀଉଷି ଝିଅ ଭଉଣୀ ଜାନକୀ ଉଭୟ ଢ଼େଙ୍କାନାଳ କଲେଜରେ ପାଠ ପଢୁଥିଲେ।

{"id":295345,"width":235,"height":644,"sizeSlug":"large"}

ତେବେ ଗତକାଲି ସୁନୟନାଙ୍କ ମୋବାଇଲ୍‌କୁ ଅନେକ ଥର ଫୋନ୍‌ କରିଛି ରିଙ୍କୁ। ସୁନୟନାଙ୍କ ମୋବାଇଲ୍ ଫୋନ୍ କଲ ଡିଲିଟ୍‌କୁ ନେଇ ପରିବାର ଲୋକେ ରିଙ୍କୁ ସୁନୟନାଙ୍କ ହତ୍ୟାକାରୀ ବୋଲି ସନ୍ଦେହ କରିଛନ୍ତି।  ଅଭିଯୋଗ ପରେ ରିଙ୍କୁ ଦତ୍ତଙ୍କୁ ପୋଲିସ୍‌ ଉଠାଇ ନେଇ ପଚରାଉଚାରା ଚଳାଇଛି। ସାଇଣ୍ଟିଫିକ୍ ଟିମ୍‌ ଏବଂ ସନ୍ଧାନୀ କୁକୁରର ସହାୟତାରେ ମଧ୍ୟ ପୋଲିସ୍ ତଦନ୍ତ ଚଳାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ସେପଟେ ଝିଅର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

{"id":295349,"sizeSlug":"large"}

ସୂଚନାଯୋଗ୍ୟ, ଯେ ଗତକାଲି ଧାତିକିଡିଆ ଗାଁର ସୁନିଲ ସିଙ୍କୁ ଓ ସ୍ତ୍ରୀ ଜେମାମଣି ଖରାବେଳେ ହାଟକୁ ଯାଇଥିଲେ। ସେହି ସମୟରେ ଘରେ ଏକାକି ଥିବା ଝିଅ ସୁନୟନାଙ୍କ ବେକକୁ କିଏ ଜଣେ ହାଣି ହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.