ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୀଡିତା ସହ ଧାରଣାରେ ବସିଲେ ମାଆ

Published By : Prameya-News7 Bureau | July 27, 2020 IST

ଭଦ୍ରକ୨୭/୭: ଟ୍ୟୁସନ ଯିବାବେଳେ ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଏପଟେ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ। ଏବେ ପୋଲିସର କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାବାଳିକା ଝିଅ ସହ ଧାରଣାରେ ବସିଲେ ମାଆ। ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଜନୈକ ନାବାଳିକା ଟ୍ୟୁସନ ଯିବା ବେଳେ ସେହି ଗାଁର ଜନୈକ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ପରେ ଘଟଣାର ପୁନରାବୃତ୍ତି ପରେ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୁକ୍ତ ଦୋଷ ସ୍ଵୀକାର କରିଥିଲେ । ପରେ ଆପୋଷ ବୁଝାମଣାରେ ଏହି ଘଟଣାର ସମାଧାନ ହୋଇଥିଲା। ପରେ ବୃଦ୍ଧ ସମାନ ଆଚରଣ କରିବାରୁ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ନଥିଲା । ଏବେ ଅଭିଯୁକ୍ତକୁ ଗିରଫ ଦାବିରେ ନାବାଳିକା ଓ ତାଙ୍କ ମାଆ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.