Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଶ୍ମଶାନ ଗୃହ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ୩ ବର୍ଷ ପରେ ବି ସରିଲାନି କାର୍ଯ୍ୟ

6/07/2021 at 12:40 PM

ସାଲେପୁର ୬।୭: ଶ୍ମଶାନ ଗୃହ କାର୍ଯ୍ୟରେ ଅନିୟମିତତା ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ପିକୋଳ ଗ୍ରାମ ପଞ୍ଚାୟତ ମାଣିତ୍ରୀ ଗ୍ରାମରେ। ମାଣିତ୍ରୀ ଗ୍ରାମ ଶ୍ମଶାନ କାର୍ଯ୍ୟ ଚର୍ତୁଃଦଶ ଅର୍ଥ କମିଶନରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ୨୦୧୭ ମସିହାରେ ସେତେବେଳର କାର୍ଯ୍ୟାଦେଶ ଦୀନବନ୍ଧୁ ବାରିକଙ୍କ ନାମରେ ଥିବାବେଳେ କ’ଣ ପାଇଁ ଆଜିକୁ ୩ ବର୍ଷ ପୁରିଥିଲେ ମଧ୍ୟ କାର୍ଯ୍ୟ ସାରିପାରିଲା ନାହିଁ ।

ଏହି କାମର ଅଟକଳ ମୂଲ୍ୟ ୨ ଲକ୍ଷ ୫୦ ହଜାର ହୋଇଥିଲାବେଳେ ସେଥିମଧ୍ୟରୁ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀ ଜଣଙ୍କ ୨ ଲକ୍ଷ ୪୦ ହଜାର ଉଠାଇ ନେଇ ଆତ୍ମସାତ କରିଥିବାର ଆରଟିଆଇ କର୍ମୀ ହେମନ୍ତ ସ୍ବାଇଁ ଅଭିଯୋଗ ଆଣିଛନ୍ତି। କାଗଜପତ୍ର କହୁଛି ୨ ଲକ୍ଷ ୫୦ହଜାର ଟଙ୍କାର ଏକ ଶ୍ମଶାନ ଗୃହ ନିର୍ମାଣ କରିବାକୁ ୩ ବର୍ଷ ଲାଗିଲାଣି।  ଆଉ କେତେଦିନ ଲାଗିଲେ କାମ ସରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏପଟେ ସ୍ଥାନୀୟ ସରପଞ୍ଚ କାମ ଅସମ୍ପୂର୍ଣ୍ଣ ଥିବାର ସ୍ବୀକାର କରିଛନ୍ତି ।

   Related Posts