Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପଶ୍ଚିମବଙ୍ଗରେ ଫଳାଫଳ ପରେ ହିଂସା ଉସୁକାଇବା ଅଭିଯୋଗ, ବିଜେପିର ମିଥୁନ ଚକ୍ରବର୍ତ୍ତୀ ଓ ଦିଲୀପ ଘୋଷଙ୍କ ବିରୋଧରେ FIR ରୁଜୁ

9/05/2021 at 9:18 PM

କୋଲକାତା ୦୯।୦୫: କୋଲକାତା ପୋଲିସ ତୃଣମୂଳ କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ୨ ଦିନ ପୂର୍ବେ ଟିଏମସି କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ପାଲ୍ ଅଭିଯୋଗ କରିଥିଲେ ଯେ, ଦିଲୀପ ଘୋଷ ଓ ମିଥୁନ ଚକ୍ରବର୍ତ୍ତୀ ରାଜ୍ୟରେ ହିଂସା ପ୍ରସାରିତ କରିବା ପାଇଁ ଲୋକଙ୍କୁ ଉସୁକାଇଥିଲେ। ପଲ୍‌ଙ୍କ ଅଭିଯୋଗ କ୍ରମେ ରବିବାର କୋଲକାତା ପୋଲିସ ଦୁଇ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି କ୍ରମାଗତ ତୃତୀୟ ସରକାର ଗଠନ କରିଛନ୍ତି। ମାତ୍ର ଫଳାଫଳ ଆସିବା ପରେ ରାଜ୍ୟରେ ରାଜନୈତିକ ହିଂସା ଘଟିଥିଲା। ବିଜେପି କ୍ରମାଗତ ଦାବି କରିଆସୁଥିଲା ଯେ, ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ହିଂସାକାଣ୍ଡରେ ବିଜେପିର ଅନେକ କାର୍ଯ୍ୟକର୍ତ୍ତାଙ୍କ ପ୍ରାଣହାନୀ ଘଟିଛି।

ବିଜେପି ଦାବି କରିଛି, ତାର ପ୍ରାୟ ୩୦୦ରୁ ୪୦୦ କାର୍ଯ୍ୟକର୍ତ୍ତାଙ୍କ ଟିଏମସି ଗୁଣ୍ଡା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମାତ୍ର ଏହି ସବୁ ମଧ୍ୟରେ ଟିଏମସି କାର୍ଯ୍ୟକର୍ତ୍ତା ଏହି ହିଂସା ପାଇଁ ବିଜେପିକୁ ଦାୟୀ କରିଛି। ଦଳ ଏଥିପାଇଁ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ କରିଛି।

କୋଲକାତା ପୋଲିସକୁ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ଯେ, ବିଜେପି କାର୍ଯ୍ୟକର୍ତ୍ତା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଘରକୁ ଜାଳିପୋଡି ଛାରଖାର କରି ଦେଇଛନ୍ତି। ଟିଏମସି କର୍ମୀ ବେଘର ଏବଂ  ଅସହାୟ ହୋଇ ବଲୁଛନ୍ତି। ଏଥିପାଇଁ ବିଜେପି ଦାୟୀ। ପୋଲିସ ଆଇପିସିର ଧାରା ୧୫୩(ଏ), ୫୦୪ ଓ ୫୦୫ ଆଧାରରେ ଦୁଇ ନେତାଙ୍କ ବିରୋଧରେ କେସ୍ ରୁଜୁ କରିଛି।

   Related Posts