ଭଦ୍ରକ ମେଡିକାଲରେ ସିକ୍ୟୁରିଟି ମୁତୟନକୁ ନେଇ ଟଣା ଓଟରା, ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ

Published By : Prameya-News7 Bureau | July 10, 2021 IST

ଭଦ୍ରକ ୧୦।୭: ଭଦ୍ରକ ମେଡିକାଲରେ ସିକ୍ୟୁରିଟି ମୁତୟନକୁ ନେଇ ଚାଲିଛି ଟଣାଓଟରା  । ଗୋଟିଏ ପକ୍ଷ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ ଆଣିଥିବା ବେଳେ ଏବେ ଅନ୍ୟ ଗୋଟିଏ ପକ୍ଷ ଅଭିଯୋଗ ଆଣିଛି ଯେ ଆମକୁ ବଦନାମ କରାଯାଉଛି । ଭଦ୍ରକ ମେଡିକାଲରେ କାର୍ଯ୍ୟରତ ସାରଳା ସିକ୍ୟୁରିଟି ସଂସ୍ଥାକୁ ମିଛରେ ବଦନାମ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ଏହି ସଂସ୍ଥା ଦୀର୍ଘ ବର୍ଷ ଧରି ଭଦ୍ରକ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଯୋଗାଇ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ତୁଲାଇ ଆସିଛି । ମାତ୍ର ଏହାର କାର୍ଯ୍ୟକାଳ ପୂରଣ ପରେ ଗତ ୨୦୧୯ ମସିହାରେ ପୁନଃ ନବୀକରଣ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା । ମାତ୍ର ୨୦୨୦ରେ କରୋନା ଜନିତ ଏହାର ନବୀକରଣ ହୋଇ ନଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ନୂତନ କାର୍ଯ୍ୟବର୍ଷ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ । ଯେଉଁଥିରେ ସାରଳା ସିକ୍ୟୁରିଟି ଏଜେନ୍ସି ଭାଗ ନେଇ ନ ଥିଲା । ମାତ୍ର ଏହି ଟେଣ୍ଡରରେ ଭାଗ ନେଇଥିବା ଭବାନୀ ସିକ୍ୟୁରିଟି ଏଜେନ୍ସୀ ଆକ୍ରୋଶମୂଳକ ଭାବେ ସାରଳା ଏଜେନ୍ସୀକୁ ବଦନାମ କରିବା ପାଇଁ ଯାବତୀୟ ମିଥ୍ୟା ଆରୋପ ଲଗାଇଥିବା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.