କ୍ବାରେଣ୍ଟାଇନ୍‌ରେ ନିମ୍ନମାନର ଖାଦ୍ୟ ଦେବା ଅଭିଯୋଗ: ଘଟଣାସ୍ଥଳରେ ପହଁଞ୍ଚିଲେ ତହସିଲଦାର

Published By : Prameya-News7 Bureau | July 28, 2020 IST

ନୀଳଗିରି୨୮/୭: କ୍ବାରେଣ୍ଟାଇନ୍ ସେଣ୍ଟର (ଟିଏମସି)ରେ ଥମୁନି ବିବାଦ।  ନୀଳଗିରି ବ୍ଲକର ତେଲିପାଳ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏଭଳି ଘଟଣା ଘଟିଛି। କେତେବେଳେ ବାହାର ଲୋକ ଅବାଧରେ ପ୍ରବେଶ କରି ଯୁବତୀକୁ ବଳତ୍କାର ଉଦ୍ୟମ ତ ଆଉ କେତେବେଳେ ବିଷାକ୍ତ ସାପ ପଶି ଯୁବକକୁ କାମୁଡିବା ଘଟଣା ସ୍ଥାନୀୟ ଅଞ୍ଚଳରେ  ଆଲୋଡ଼ନ ସୃଷ୍ଟି କରିଛି।

ପୂର୍ବରୁ ମଧ୍ୟ ଟିଏମସି ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଉଠଥିଲା। ପୁଣି ଆଜି ସମାନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ଅଭିଯୋଗ ପରେ କୋଭିଡ-୧୯ର ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସେଣ୍ଟରରେ ପହଁଞ୍ଚି ତଦନ୍ତ କରି ଫେରିଛନ୍ତି। ନୀଳଗିରି ବ୍ଲକ ଅଧିନ ତେଲିପାଳ ଟିଏମସି ସେଣ୍ଟର ରେ ୪୩ ଜଣ ଅନ୍ତେବାସୀ ରହୁଛନ୍ତି। ଆଜି ଅନ୍ତେବାସୀ ମାନେ ସେଣ୍ଟର କତ୍ତୃପକ୍ଷଙ୍କ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପୁର୍ବରୁ ଅତି ନିମ୍ନମାନର ଖାଦ୍ୟ ଦେଉଥିବା ନେଇ ଅଭିଯୋଗ କରି ଆସୁଥିବା ବେଳେ ଟିଏମସି କର୍ତ୍ତୁପକ୍ଷ କୌଣସି ସୁଧାର ଆଣିନଥିଲେ।

ଆଜି ମଧ୍ୟାହ୍ନ ସମୟରେ ଦିଆଯାଇଥିବା ଖାଦ୍ୟ ଅତି ନିମ୍ନ ମାନର ଥିଲା। ଭାତରେ ଡାଲି ଆଉ ଖଟା ତରକାରୀ ଦେଇଥିବା ବେଳେ ଅନ୍ତେବାସୀ ଏହାକୁ ଅଭିଯୋଗ କରିଥିଲେ। ହେଲେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ବ୍ୟକ୍ତି ଖାଇଲେ ଖାଅ ନଖାଇଲେ ନାହିଁ କହିବାରୁ ଅନ୍ତେବାସୀ ମାନେ ଏହାକୁ ବିରୋଧ କରି ଫୋନ୍‌ରେ ପରିବାର ସଦସ୍ୟ  ଓ ପ୍ରସାଶନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଖାଦ୍ୟକୁ ଫେସବୁକରେ ଅପଲୋଡ଼ କରି ଅଞ୍ଚଳବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ନୀଳଗିରି ତହସିଲଦାର ଅଶେଷ ନାଏକ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା କରିବା ସହିତ ଘଟଣାର ସତ୍ୟାସତ ଜାଣିବାକୁ ପାଇଥିଲେ।

ତେବେ ସରକାର ଉତ୍ତମ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଥିବାବେଳେ କଣ ପାଇଁ ଏଭଳି ଖାଦ୍ୟ ଦିଆଗଲା ପଚାରିବାରୁ ପରିବା ନଥିବା କାରଣରୁ ଏଭଳି ଖାଦ୍ୟ ଦିଆଯାଇଥିବା ସ୍ଥାନୀୟ ସରପଞ୍ଚ ସେରାଲ ବାସ୍କେ ସ୍ୱୀକାର କରିଥିଲେ। ତହସିଲଦାର ଟିଏମସି ମନିଟରିଂ କରିବା ଦାୟିତ୍ୱ ନୋଡାଲ ଅଫିସରଙ୍କ ଥିବାବେଳେ ତାଙ୍କର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ଯଦି ଟିଏମସି ସେଣ୍ଟରରେ ଏଭଳି କିଛି ଅଘଟଣ ହେଲା ସେ ତୁରନ୍ତ ଜଣାଇବା କଥା।ତେବେ ଆଜି ଖାଦ୍ୟରେ ଅନିୟମିତତା ନେଇ ସେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।ଘଟଣା ବିଷୟରେ ନୋଡାଲ ଅଫିସର ଆଦିକନ୍ଦ ସ୍ୱାଇଁଙ୍କ ମତାମତ ନେବାରୁ ସେ ଘଟଣାକୁ ସ୍ୱୀକାର କରିଛନ୍ତି। ଫାଇନାନ୍ସ ଦାୟିତ୍ୱ  ସରପଞ୍ଚଙ୍କ ମନିଟରିଂ ଦାୟିତ୍ୱ ତାଙ୍କର ମୁଁ କଣ କରିପାରିବି ଖାଲି ଦେଖିଲି ରହିବା ଛଡା ମୋର ଆଉ କଣ କ୍ଷମତା ଅଛି ବୋଲି କହି ଅସହାୟ ପ୍ରକାଶ କରିଥିଲେ।ସରକାରୀ ଯୋଜନାକୁ ବାଟବଣା ହେଉଥିବା ବେଳେ କୋଭିଡ଼ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଜିଲ୍ଲାପାଳ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.