ପାକିସ୍ତାନ ସେନାରେ ଭେଦଭାବ ଅଭିଯୋଗ, କରୋନା ଚିକିତ୍ସାରେ ଅଫିସରଙ୍କୁ ସବୁ ସୁବିଧା, ଛଟପଟ ହୋଇ ମରୁଛନ୍ତି ଜବାନ

Published By : Prameya-News7 Bureau | July 04, 2020 IST

ଇସ୍ଲାମାବାଦ : କରୋନା ସଂକ୍ରମଣ ପାକିସ୍ତାନ ସେନାର ମନବଳକୁ ଦୁର୍ବଳ କରିଛି। ସୈନ୍ୟ ବାହିନୀରେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ସଂକ୍ରମଣ ବଢିବଢି ଚାଲିଥିବା ବେଳେ ମୃତ୍ୟୁହାର ବି ବଢିବାରେ ଲାଗିଛି। ତେବେ ସେନା ଅଧିକାରୀଙ୍କୁ ସବୁପ୍ରକାର ଚିକିତ୍ସା ସେବା ଉପଲବ୍ଧ କରାଯାଉଥିବା ବେଳେ ଜବାନଙ୍କ ପ୍ରତି ଧ୍ୟାନ ଦିଆଯାଉଥିବା ଏବେ ସେମାନେ ଅଭିଯୋଗ କରିଛନ୍ତି। ଫଳରେ ପାକିସ୍ତା ସେନାରେ ବିଦ୍ରୋହ ଭଳି ପରିସ୍ଥିତି ଉପୁଜିଛି।

୬ ମାସ ପରେ ବି ସଂକ୍ରମଣ ଥମିବାର ନାଁ ନେଉନି। ବେଳକୁ ବେଳ ଉଗ୍ର ହେଉଥିବା ବେଳେ ଏବେ ଘାତକ ହେଲାଣି। ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ଓ ବାଲତି ସ୍ତାନରେ ମୁତୟନ ପାକ୍ ସେନାର ୫୨ରୁ ଅଧିକ ଜବାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏଠାରେ ସେନାର ୨ହଜାର ୫୩୫  କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆହୁରି ୮୨୭ ସକ୍ରିୟ କେସ୍ ଅଛନ୍ତି। ହେଲେ ସେମାନଙ୍କୁ କ୍ୱାରେଣ୍ଟାଇନରେ ସାମାନ୍ୟତମ ଚିକିତ୍ସକୀୟ ସୁବିଧା ମଧ୍ୟ ମିଳୁନଥିବା ଜବାନମାନେ ଅଭିଯୋଗ କରୁଛନ୍ତି।

ପାକିସ୍ତାନ ସେନାରେ ଏବେ ୮ହଜାରରୁ ଅଧିକ ସକ୍ରିୟ ମାମଲା ଅଛି। ଏଥିରେ ସଂକ୍ରମିତ ଅଧିକାରୀଙ୍କ ଲାଗି ହସ୍ପିଟାଲ ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଜବାନ ଓ ନିମ୍ନ ପଦସ୍ଥ କର୍ମଚାରୀଙ୍କୁ ଭଗବାନଙ୍କ ଆଶ୍ରାରେ ଛାଡି ଦିଆଯାଇଛି। ଏଥିଲାଗି ସେନାର ଏକ ୟୁନିଟ୍‌ ବିରୋଧ କରିବାକୁ ଶାହସ କରିଥିଲା। ତେବେ ପରେ କଣ ପଦକ୍ଷେପ ନିଆଯାଇଛି ତାର ସୂଚନା ମିଳିନାହିଁ।

ପାକ୍‌ ଅଧିକୃତ କାଶ୍ମୀର ରାସ୍ତାରେ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକ୍ ସେନା ପ୍ରାୟତଃ ଚେଷ୍ଟା କରୁଛି। ଏଥିଲାଗି  ଏଠାକୁ ଆତଙ୍କବାଦୀଙ୍କୁ ଅଣାଯାଉଥିବା ବେଳେ ସେମାନଙ୍କ ଦ୍ୱାରା ସେନା ସଂକ୍ରମିତ ହେଉଥିବା ଜଣାପଡିଛି। ଆତଙ୍କବାଦୀଙ୍କ ରାସ୍ତାରେ ପାକ୍ ସେନା ଭାରତକୁ କରୋନା ପଠାଇବା ଯୋଜନା ମଧ୍ୟ କରୁଛି। ଏ ନେଇ ପୂର୍ବରୁ ଜମ୍ମୁ-କାଶ୍ମୀର ଡିଜିପି ସତର୍କ ମଧ୍ୟ କରାଇଛନ୍ତି। ଏଣୁ ସେନା ଗୁଳିରେ ପ୍ରାଣ ହରାଉଥିବା ଆତଙ୍କବାଦୀଙ୍କ ଶବକୁ ନିକଟକୁ ଏବେ ହଠାତ୍ କେହି ଯାଉ ନାହାନ୍ତି। ତେବେ ପାକିସ୍ତାନରେ ଆତଙ୍କବାଦୀଙ୍କ ଦ୍ୱାରା ସେନାରେ ସଂକ୍ରମଣ ହାର ବଢିବଢି ଚାଲିଥିବା ଜବାନମାନେ ଅଭିଯୋଗ କରୁଥିଲେ ହେଁ ସେମାନଙ୍କ ଅଭିଯୋଗ ପ୍ରତି କେହି ଧ୍ୟାନ ଦେଉନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.