ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ, ତାତିଲେ ଗ୍ରାମବାସୀ

Published By : Prameya-News7 Bureau | July 24, 2020 IST

କୋଣାର୍କ୨୪/୭: ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନ ନାଗପୁର ସିସ୍ଥ ମୁଗୁରିଆ ଗାଁ ର ଏକ ଦେଢ଼ ବର୍ଷ ର ଶିଶୁ ମୃତ୍ୟୁକୁ ନାଗପୁର ଡାକ୍ତରଖାନା ସମ୍ମୁଖରେ ଉତେଜନା, ମୃତ୍ୟୁ ଶିଶୁ ପୁତ୍ର କୁ ନେଇ ପରିବାର ପକ୍ଷରୁ ଡାକ୍ତର ଖାନା ସମ୍ମୁଖରେ ଧାରଣା। ଡାକ୍ତରଙ୍କ ଭୂଲ୍ ଔଷଧ କୁ ନେଇ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ନାଗପୁର ମୁଗୁରିଆ ଗ୍ରାମର ମାନସୀ କାଣ୍ତି ତାଙ୍କ ସ୍ବାମୀ ତ୍ରିନାଥ କାଣ୍ତି ଏକମାତ୍ର ଶିଶୁ ପୁତ୍ର କୁ ଶରୀର ରେ ଜ୍ବର ହେବା ନେଇ ନିକଟସ୍ଥ ନାଗପୁର ଡାକ୍ତରଖାନା କୁ ଚିକିତ୍ସା ଲାଗି ଆସିଥିଲେ । ଡାକ୍ତର ଏହି ଶିଶୁ କରୋନା ଭୟରେ ଦୂରରୁ ଶିଶୁ ପୁତ୍ର କୁ ଦେଖି ଔଷଧ ଲେଖି ଦେଇଥିଲେ ।ପରେ ପରିବାର ଡାକ୍ତର ଖାନା ଔଷଧ ସହିତ ଆଉ କେତେକ ଔଷଧ ବାହାରୁ କିଣି ଘରକୁ ଫେରିଥିଲେ ।

ଜ୍ବର ହୋଇଥିବା ଶିଶୁ ପୁତ୍ର ଡାକ୍ତର ଲେଖିଥିବା ପୃଥକ ପୃଥକ ଔଷଧ କୁ ଶିଶୁ କୁ ଦେବା କିଛି ସମୟ ପରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିଲା । ଡାକ୍ତର ଶିଶୁ ପୁତ୍ର କୁ କରୋନା ଭୟରେ ଚିକିତ୍ସା ନ କରି ଭୂଲ୍ ଔଷଧ ଦେଇ ଥିବାରୁ ତାଙ୍କ ପୁତ୍ର ର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଏପଟେ ମୃତ୍ୟୁ ଶିଶୁ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ଗ୍ରାମବାସୀମାନେ ଶିଶୁ ପୁତ୍ର ର ମୃତ୍ୟୁ କୁ ନେଇ ତଦନ୍ତ ହେବା ସରକାର ଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।

ନାଗପୁର ଡାକ୍ତରଖାନା ସମ୍ମୁଖରେ ଉତେଜନା ପରେ ଗୋପ ପୋଲିସ ଓ ଗୋପ ଡାକ୍ତରଖାନା ଅଧିକାରୀ ପହଞି ମୃତ୍ୟୁ ଶିଶୁ ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ କୁ କାର୍ଯାନୁଷ୍ଠାନ ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.