ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ : ୩ଜଣ ପାଇଲେ ସମାନ ମାର୍କ, ଜଣଙ୍କୁ ମିଳିଲା ଚାକିରୀ

Published By : Prameya-News7 Bureau | March 09, 2021 IST

ଭଦ୍ରକ ୯।୩: ଏମବିକେ ନିଯୁକ୍ତିରେ ଜାଲିଆତି ଅଭିଯୋଗ । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ବନ୍ଦାଳ ମଢିଆଳି ଅଞ୍ଚଳର ମହିଳା । ଅଭିଯୋଗ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ସହ ଭଣ୍ଡାରୀପୋଖରୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବନ୍ଦାଲ ଗ୍ରାମପଞ୍ଚାୟତରେ ଏମବିକେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସବୁଦାୟ ୧୬ ଆବେଦନକାରିଣୀଙ୍କ ମଧ୍ୟରୁ ୬ଜଣ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ତେବେ ପରୀକ୍ଷା ପରେ ୩ ଜଣ ସମାନ ମାର୍କ ପାଇଥିଲେ । କିନ୍ତୁ ୩ ଜଣଙ୍କ ମଧ୍ୟରୁ ନିୟମକୁ ଉଲଂଘନ କରି ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୁନଃ ତଦନ୍ତ କରି ନିଯୁକ୍ତି ଦିଆଯିବା ପାଇଁ ମହିଳାମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଓଡିଶା ଜୀବନ ଜୀବିକା ମିଶନ ଶକ୍ତିର ଅଧିକାରିଣୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଅଭିଯୋଗ ବିଷୟରେ ସେ କୌଣସି ଉତ୍ତର ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.