କିଏ ବୋହିନେଲା କୋଣାର୍କ ବାଲି ? କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ପୁରାତନ ବାଲିବନ୍ତ ଖାଲି

Published By : Prameya-News7 Bureau | December 09, 2020 IST

କୋଣାର୍କ ୯।୧୨: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ପୁରାତନ ବାଲିବନ୍ତକୁ ରାତି ଅଧିଆ ଖୋଳି ନେଇଛନ୍ତି ବାଲି ମାଫିଆ । ଖୋଦ୍ ଏଏସଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ବାଲିବନ୍ତକୁ ଜେସିବି ଲଗାଇ ଖୋଳାଯାଇଛି । ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ କୋଣାର୍କ ମନ୍ଦିର ପାଖରୁ ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଥିବା ବେଳେ, ଏଏସଆଇର ଏଭଳି ମନମାନୀ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି କୋଣାର୍କ ସୁରକ୍ଷା ସମିତି ।

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ଏକ ପୁରାତନ ବାଲିବନ୍ତକୁ ରାତି ଅଧିଆ ଖୋଳି ନେଇଛନ୍ତି ବାଲି ମାଫିଆ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖୋଦ୍ ଏଏସଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ସେହି ବାଲିବନ୍ତକୁ ଜେସିବି ଲଗାଇ ଖୋଳାଯାଇଛି । ଆଉ ରାତି ଅଧରେ ୫ଶହରୁ ଅଧିକ ଟ୍ରିପ୍ ବାଲି ଉଠାଇ ନେଇଛନ୍ତି ଠିକାଦାର । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ କୋଣାର୍କ ମନ୍ଦିର ପାଖରୁ ବେଆଇନ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଏଏସଆଇର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛି କୋଣାର୍କ ସୁରକ୍ଷା ମଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.