Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବଲାଙ୍ଗୀର: ଅକ୍ସିଜନ ନ ପାଇ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

22/11/2019 at 11:06 PM

ବଲାଙ୍ଗୀର ୨୨।୧୧ – ବଲାଙ୍ଗୀରରେ ଅକ୍ସିଜେନ୍‌ ନପାଇ ପ୍ରସୂତୀଙ୍କର ମୃତ୍ୟୁ ଅଭିଯୋଗ । ବଲାଙ୍ଗୀର ସମଲେଶ୍ୱରୀ ନରସିଂହ ହୋମରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘରୋଇ ନର୍ସିଂ ହୋମରେ ଅକ୍ସିଜେନ ନ ଥିବାରୁ ସରକାରୀ ଡାକ୍ତରଖାନାକୁ ନେବା ବେଳେ ବାଟରେ ପ୍ରସୂତୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପରିବାର ଲୋକ ସରକାରୀ ଡାକ୍ତରଖାନାକୁ ନେବା ପରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଟାଉନ ଥାନା ରେ ଅଭିଯୋଗ କରାଯାଇଛି । ପ୍ରସୂତୀଙ୍କ ୪ ଦିନର ନବଜାତ ଶିଶୁ ଅଛି । ଗତ ପାଞ୍ଚ ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତାଲପଦର ଗାଁର ସୁରଭି ରାଉତ ବାଲାଙ୍ଗୀର ସମଲେଶ୍ୱରୀ ନର୍ସିଂ ହୋମରେ ଭର୍ତି ହୋଇଥିଲେ । ଘଟଣାକୁ ନେଇ ନର୍ସିଂ ହୋମେ ରେ ପରିବାର ଲୋକଙ୍କ ପାଟିତୁଣ୍ଡ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

   Related Posts