Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ପୁଣି ଖାକିରେ ଦାଗ: ତଦନ୍ତ ରିପୋର୍ଟ ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ- ଗୃହରାଷ୍ଟ୍ର ମନ୍ତ୍ରୀ

3/01/2020 at 8:20 PM

ପୁରୀ୩/୧: ପୁଣି ଖାକିରେ ଦାଗ । ପାରିବାରିକ ସମସ୍ୟାର ସମାଧାନ ଆଶାରେ ଥାନାକୁ ଗୁହାରୀ କରିବାକୁ ଆସିଥିବା ମହିଳାଙ୍କୁ  ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାସ  ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଘଟଣାର ସତ୍ୟାସତ ଯାଞ୍ଚ ପାଇଁ ଏଏସଆଇଙ୍କୁ ଅଟକ ରଖି ପଚରାଉଚରା କରିଛି ପିପିଲି ପୋଲିସ । ଆଉ ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରୁଛି ।

ଦୁଷ୍କର୍ମ ଅଭିଯୋଗ । ତା’ ପୁଣି ସମାଜର ରକ୍ଷକ – ଖାକି ବାବୁଙ୍କ ବିରୋଧରେ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ପାରିବାରିକ ବିବାଦର ସମାଧାନ ପାଇଁ ଥାନାକୁ ଗୁହାରୀ କରିବାକୁ ଆସିଥିବା ଜଣେ ବିବାହିତା ମହିଳାଙ୍କୁ ନିଜ କ୍ଵାଟରକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ପିପିଲି SDPOଙ୍କ ନିକଟରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ସଦସ୍ୟଙ୍କ ସହ ପୀଡ଼ିତା ଜଣଙ୍କ ଅଭିଯୋଗ କରିବା ପରେ, ସଂପୃକ୍ତ ଏଏସ୍ଆଇଙ୍କୁ ଅଟକ ରଖି ପଚରାଉଚରା କରୁଛି ପିପିଲି ପୋଲିସ ।

ମହିଳା ନିର୍ଯ୍ୟାତନା ମାମଲା ନେଇ ବାରମ୍ବାର ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଏହି ଘଟଣା ଏବେ ନୂଆ ଖୋରାକ ଯୋଗାଇଛି । ଦିନ କେଇଟା ଯାଇ ପୁରୀରେ ପୋଲିସ କ୍ବାଟର୍ସରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରେ ଜଣେ ନିଲମ୍ବିତ କନଷ୍ଟେବଳ ଥିଲେ। ଆଉ ଏତିକିବେଳେ ଜଣେ ଏଏସଆଇଙ୍କ ବିରୋଧରେ ସମାନ ଅଭିଯୋଗ। ବିରୋଧୀ ଏନେଇ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ହିଁ  କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ କେବେ ଦାଖଲ ହେଉଛି । ଯଦି ଖାକି ବାବୁ ଦୋଷୀ, ତେବେ ତାଙ୍କୁ କି ଦଣ୍ଡ ମିଳୁଛି, ତାହା ହିଁ ଏହି ଘଟଣାର ପରବର୍ତ୍ତୀ ମୋଡ଼ ନିର୍ଦ୍ଧାରଣ କରିବ ।  

   Related Posts