Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

‘ତୁ ମୋ ସୁନା ଚଢେଇ’ ଫିଲ୍ମର ହିରୋଇନ ଏଲସା କହିଲେ ‘ଖୋଲିବି ସବୁ ଗୁମର’ : ଏଲସାଙ୍କ ନିର୍ଯ୍ୟାତନା ଅଭିଯୋଗ ନେଇ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଦେଲେ ଜବାବ

15/11/2018 at 1:12 PM

ଭୁବନେଶ୍ବର୧୫|୧୧: ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ଗତକାଲି ହୋଇଥିବା ଅଡିଓ ରିଲିଜ ଉତ୍ସବରେ ଫିଲ୍ମର ନାୟିକା ଏଲିସା ଘୋଷ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏଭଳି ଅଭିଯୋଗକୁ ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଆଜି ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏଲିସା ଭୁଲ ବୁଝାବଣାର ଶିକାର ହୋଇ ଏଭଳି ପ୍ରତିକ୍ରୀୟାଶୀଳ ହୋଇଥିଲେ । ଏ ସଂକ୍ରାନ୍ତରେ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସବୁ କଥା କହିବେ ବୋଲି ପ୍ରକାଶ କରିଛନ୍ତି ।

ତୁ ମୋ ସୁନା ଚଢେଇରେ ଏଲିସାଙ୍କୁ ହିରୋଇନ ହେବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଅଡିଓ ରିଲିଜ ଫଙ୍କସନରେ ସେ ପଦଟିଏ ମଧ୍ୟ ଧନ୍ୟବାଦ ଦେଇନଥିଲେ । ଏହା ତାଙ୍କୁ ବାଧିଥିଲା ବୋଲି ଦିଲ୍ଲୀପ ପଣ୍ଡା କହିଛନ୍ତି । ତେଣୁ ଫଙ୍କସନରେ ସେ କହିଥିଲେ ଯେ, ନିର୍ଦ୍ଦେଶକଙ୍କ କାମ ଏକ ଥ୍ୟାଙ୍କ ଲେସ ଜବ । ଏହା ବ୍ୟତୀତ ଗଣମାଧ୍ୟମକୁ ଏଲିସା ଫିଲ୍ମ ସମ୍ପର୍କରେ ୟାଡୁ ସିଆଡୁ କହିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଆଜି ନ୍ୟୁଜ ସେଭେନ ଡିଜିଟାଲ ସହ କଥାବାର୍ତ୍ତା କଲାବେଳେ ଏଲିସା କହିଛନ୍ତି ଯେ, ଫିଲ୍ମର ପ୍ରଯୋଜକ ଏବଂ ଅନ୍ୟ କ୍ରିୟୁ ମେମ୍ବର ବହୁତ ଭଲ । କିନ୍ତୁ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ଦୀର୍ଘ ୪୨ ଦିନ ଧରି ନିର୍ଯ୍ୟାତନା ଦେଇ ଆସୁଥିଲେ । ତେଣୁ ଅଡିଓ ରିଲିଜ ଫଙ୍କସନରେ ତାଙ୍କୁ ଧନ୍ୟବାଦ ଦେବାକୁ ସେ ଉଚିତ ଭାବିଲେ ନାହିଁ । ବରଂ ତାଙ୍କ ହାତରୁ ଦିଲ୍ଲୀପ ପଣ୍ଡା ସମସ୍ତଙ୍କ ସମ୍ମୁଖରେ ମାଇକ ଛଡାଇନେବା ତାଙ୍କୁ ଉତ୍ତେଜିତ କରିଥିଲା ବୋଲି ସେ କହିଛନ୍ତି ।୪୨ ଦିନ ଧରି କୋଉଭଳିଆ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ପ୍ରଶ୍ନର ଉତ୍ତରରେ ଏଲିସା କହିଛନ୍ତି ଯେ, ସେ ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସବୁ କଥା କହିବେ ।

ତେବେ ସେ କହିଥିଲେ ଯେ, ସୁଟିଂ ସମୟରେ ଦିଲ୍ଲୀପ ପଣ୍ଡା ସବୁ ବେଳେ ଗଳିଗୁଲଜ କରୁଥିଲେ । ଗୋଟେ ଝିଅ ସହ କିଭଳି ବ୍ୟବହାର କରାଯାଏ ତାହା ସେ ଜାଣନ୍ତି ନାହିଁ । ଫିଲ୍ମରେ ତାଙ୍କ ଯେତେ ସବୁ ଗୁରୁତ୍ବପୂର୍ଣ୍ଣ ସିନ ଥିଲା ତାକୁ କାଟିଦିଆଯାଇଛି  ନହେଲେ ଅନ୍ୟ ଏକ ହୀରୋଇନକୁ ଦେଇଦିଆଯାଇଛି । ଏପରିକି କ୍ଲାଇମେକ୍ସ ସିନରେ ତାଙ୍କର ଅଭିନୟ କରିବାରେ ଥିଲେ ମଧ୍ୟ ତାକୁ ବଦଳାଇଦିଆଯାଇଛି ବୋଲି ଏଲିସା କହିଛନ୍ତି । ବିଶେଷ କରି ଫିଲ୍ମରେ ତାଙ୍କର ଦୁଇଟି ଗୀତ ସିନ ଥିଲା । ତାକୁ ମଧ୍ୟ ବାଦ ଦେଇଦିଆଯାଇଛି ବୋଲି ଏଲିସା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ,  କୋଲକାତାର ସେଂଟ ଅଗଷ୍ଟିନ ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପଢିଥିବା ଏଲିସାଙ୍କର ଓଡିଶାରେ ଏହା ୪ର୍ଥ ଫିଲ୍ମ । ପ୍ରଥମେ ସେ ଦିପୁ ଦ ଡାନ୍ସ ବଏ ଫିଲ୍ମରେ କାମ କରିଥିଲେ । ଏହାପରେ ମୃତ୍ୟୁଞ୍ଜୟ ସାହୁଙ୍କ ଭୈରବରେ ମଧ୍ୟ କାମ କରିଥିଲେ । ଏହାପରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଦ୍ବିଭାଷି ଚଳଚ୍ଚିତ୍ର କ୍ରିଷ୍ଣା ସହୁ ସୁପର ମାର୍କେଟ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ତୁ ମୋ ସୁନା ଚଢେଇ ଭଳି ଖରାପ ଅଭିଜ୍ଞତା କୋଉଠି ହୋଇନାହିଁ ବୋଲି ଏଲିସା କହିଛନ୍ତି । ଏବେ ସେ ଦୁଇଟି ତେଲୁଗୁ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ।

ଗତକାଲି ଅଡିଓ ରିଲିଜ ଫଙ୍କସନରେ ଅଲିସାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲେ । ସେ ମଧ୍ୟ ଘଟଣାସ୍ଥଳରେ ଦିଲ୍ଲୀପ ପଣ୍ଡାଙ୍କ ଉପରେ ବର୍ଷୁଥିବା ଦେଖାଯାଇଥିଲା । ଫଙ୍କସନରେ କିଛି ଲୋକ ଅଶ୍ରାବ୍ୟ ଭାଷା ବ୍ୟବହାର କରୁଥିବା ମଧ୍ୟ ଶୁଣିବାକୁ ମିଳୁଥିଲା ।  ଏଭଳି ଗଣ୍ଡଗୋଳ ହେବାପରେ ଏଲିସା ଓ ତାଙ୍କ ପିତା ସେଠାରୁ ଚାଲିଯାଇଥିଲେ ।

ଅଜି ଏଲିସା ଏକ ତେଲୁଗୁ ଫିଲ୍ମର ସୁଟିଂ ପାଇଁ ହାଇଦ୍ରାବାଦ ଗସ୍ତ କରିଛନ୍ତି ।  କ୍ରିଷ୍ଣାସାହୁ ସୁପର ମାର୍କେଟ ଓଡିଆ ଫିଲ୍ମର ତେଲୁଗୁ ସଂସ୍କରଣ ହେଉଛି କ୍ରିଷ୍ଣା ରାଓ ସୁପର ମାର୍କେଟ । ତେଲୁଗୁ ସଂସ୍କରଣରେ ମଧ୍ୟ ଏଲିସା କାମ କରୁଛନ୍ତି ।

   Related Posts