Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅନର କିଲିଂ ! ପ୍ରେମ ପାଇଁ ପରିବାରଲୋକ ଝିଅକୁ ପୋଡି ମାରିଦେଇଥିବା ଅଭିଯୋଗ

23/12/2019 at 11:18 AM

ଭୁବନେଶ୍ବର ୨୩।୧: ରାଜଧାନୀ ଉପକଣ୍ଠରେ ଅନର କିଲିଂ ଅଭିଯୋଗ । ସମ୍ମାନ ପାଇଁ ପରିବାର ଲୋକେ ଝିଅକୁ ମାରି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଝିଅର ଭୁଲ୍ ଏତିକି, ସେ ଜଣେ ଯୁବକକୁ ଭଲ ପାଇଥିଲା । ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ରାତିରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାରଲୋକ କହିଥିଲେ । ପରିବାରଲୋକ ଝିଅର ମୃତଦେହ ସକାଳୁ ପୋଡିଦେଇଥିଲେ ।  ଯୁବତୀ ଜଣଙ୍କ ପ୍ରେମ କରୁଥିବା ଯୋଗୁଁ ପରିବାରର ସମ୍ମାନ ବଞ୍ଚାଇବାକୁ ଯାଇ ଝିଅକୁ ମାରି ପୋଡିଦେଇଥିବା ଅଭିଯୋଗ ହୋଇଛି ।

ଅନର କିଲିଂ ଘଟଣା ପ୍ରଘଟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମଶାଣିରୁ ହାଡ ପାଉଁଶ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ କୁ ଘଟଣାସ୍ଥଳକୁ ଡକାଯାଇଛି । ପୋଲିସର ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

   Related Posts