ଶିଶୁ ବିକ୍ରି ଅଭିଯୋଗ: ମାତ୍ର ୨ ହଜାର ଟଙ୍କାରେ ନିଜ ପିଲାକୁ ବିକିଥିଲା ବାପ

Published By : Prameya-News7 Bureau | August 04, 2020 IST

ଫୁଲବାଣୀ୪/୮: ସାମ୍ନାକୁ ଆସିଲା ପିଲା ବିକ୍ରି ଅଭିଯୋଗ। କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛିି। ମିଳିଥିବା ସୂଚନା ମୁତାବକ,ଏହି ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀଙ୍କ ସାମାନ୍ୟ ମସ୍ତିଷ୍କ ବିକୃତ ଥିବା କୁହାଯାଉଛି। ତାଙ୍କର ଗୋଟେ ୯ ବର୍ଷର ପୁଅ ଅଛି। କିଛିଦିନ ତାଙ୍କର ଆଉ ଜଣେ ପୁତ୍ର ଜନ୍ମ ହୋଇଥିଲା।

ତେବେ ଗତ ୨ ତାରିଖ ରାତିରେ ପ୍ରମୋଦିନୀ ଛୁଆକୁ ଛାଡି କୁଆଡେ ଚାଲି ଯାଇଥିଲେ । ସକାଳେ ପରିବାର ଲୋକେ ପିଲାର କାନ୍ଦ ଶୁଣି, ତା ପାଖରେ ପହଁଞ୍ଚିଥିଲେ। କିନ୍ତୁ ସେଠାରେ ପିଲାର ପ୍ରମୋଦିନୀ ନଥିଲେ। ତାଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳି ନଥିଲା। ଏହି କଥା ଜାଣିବା ପରେ ଜଗଦୀଶଙ୍କ ସମ୍ପର୍କୀୟ ଭୀମ ଦିଗାଲ ଛୁଆକୁ ଫୁଲବାଣୀ ଚିତ୍ରକୁଟ ସାହିର ଆନନ୍ଦ କହଁରଙ୍କୁ ଦେଇ ଦେବାକୁ କହିଥିଲେ। ଦିନ ଗୋଟାଲ ବେଳେଜଗଦୀଶ ଛୁଆଟିକୁ ନେଇ ଆନନ୍ଦଙ୍କ ହାତରେ ଟେକି ଦେଇଥିଲେ।

ଛୁଆ ବିକ୍ରି ବାବଦକୁ ସେ ୨ ହଜାର ଟଙ୍କା ଆଣିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୂଚନା ପାଇବା ପରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଡିସିପିଓ ଏବଂ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସର ଉପସ୍ଥିତିରେ ଚାଇଲ୍ଡଲାଇନ୍ ଛୁଆକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଡଲାଇନର ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି। ଖଜୁରିପଡା ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.