ରାଣୀ ପଣ୍ଡାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
25/11/2019 at 5:10 PM

ଭୁବନେଶ୍ୱର ୨୫ ।୧୧ – ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ନିଜେ ରାଣୀ ପଣ୍ଡା ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ କରି ଏହି ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ଆନନ୍ଦ ବଜାରର ଅବଢା କିଣିବା ପାଇଁ ଯାଇଥିବା ବେଳେ ଜଣେ ବିକ୍ରେତା ତାଙ୍କୁ ଅଶୀଳ୍ଳ ଭାଷା କହିଥିବା ଏହି ଭିଡିଓରେ ସେ ଉଲ୍ଲେଖ କରିଛନ୍ତି । କାନ୍ଦ କାନ୍ଦ ସ୍ୱରରେ ସେ ଏ କଥା ଶୁଣିଥିବା କଥା କହିଛନ୍ତି । ଶ୍ରୀମନ୍ଦିର ମଧ୍ୟରେ ସମସ୍ତଙ୍କୁ ସମ୍ମାନ ଦେବା ସହ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ସେ ଅପିଲ୍ କରିଛନ୍ତି ।

ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ନିଷିଧ ଥିବାରୁ ସେ ଏହାକୁ ରେକର୍ଡିଂ କରି ପାରି ନ ଥିଲେ । ଜଗନ୍ନାଥ ଓ ଶ୍ରୀମନ୍ଦିର ପ୍ରଶାସନର ସମ୍ମାନ ଦୃଷ୍ଟିରୁ ସେ ଏ ବିଷୟରେ ଲିଖିତ ଅଭିଯୋଗ କରି ନ ଥିବା ପ୍ରକାଶ କରିଛନ୍ତି । ଏହି ଭିଡିଓରେ ସେ ଆନନ୍ଦ ବଜାର ମଧ୍ୟରେ ଘିଅନ୍ନ ଓ ଡାଲମା କଥା ପଚାରିବା ସମୟରେ ତାଙ୍କୁ ଅପ ଶଦ୍ଦ ବ୍ୟବହାର ସେ କହିଛନ୍ତି । ମନ୍ଦିର ମଧ୍ୟରେ ସମସ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ସେ ନିବେଦନ କରିଛନ୍ତି ।