Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଥର ଚୋରା ଚାଲାଣ ଓ ପୁଲିସକୁ ଆକ୍ରମଣ- ନିଜ ଦୋଷ ଘୋଡାଇବା ପାଇଁ ପୁଲିସ ଉପରେ ଅଭିଯୋଗ କରୁ ନାହାନ୍ତି ତ ଅଭିଯୋଗ କାରିଣୀ!

ଭୁବନେଶ୍ୱର/କପ୍ତିପଦା(ମୟୁରଭଞ୍ଜ) ଗତକାଲି ଅପରାହ୍ଣରେ ନବୀନ ନିବାସ ଆଗରେ ପହଞ୍ଚିଥିଲେ ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ଅଂଚଳର  ଜଣେ ମହିଳା । ସାଙ୍ଗରେ ତାଙ୍କ ସ୍ବାମୀ ଏବଂ ଦିଅର ମଧ୍ୟ ଥିଲେ । ଗଲା ମେ ୧୨ତାରିଖ ରାତିରେ କପ୍ତିପଦା ଥାନା ଏଆଇସି ଶୁଭେନ୍ଦୁ ବେହେରାଙ୍କ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ । ହେଲେ ୪ମାସ ପର୍ଯ୍ୟନ୍ତ ମହିଳା ଜଣକ ଚୁପ୍ ରହିବା ପରେ ଏବେ କାହିଁକି ହଠାତ୍ ନ୍ୟାୟ ପାଇଁ ଏଭଳି ଡ୍ରାମା କରୁଥିଲେ ତା’ର କାରଣ ଜାଣିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍ 7 ।

ସ୍ବାମୀ ହେମନ୍ତ ବେହେରା,  ଦିଅର ବସନ୍ତ ବେହେରାଙ୍କୁ ସାଙ୍ଗରେ ନେଇ ନ୍ୟାୟ ମାଗିବାକୁ ଆସିଥିଲେ କପ୍ତିପଦା ଡାହିସାହି ଗାଁର ଏହି ମହିଳା । ୧୨ ମେ’ ୨୦୧୯ରେ କପ୍ତିପଦା ଥାନା ଏଏସଆଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି । ହେଲେ ଘଟଣାର ୪ମାସ ପରେ ଏବେ ହଠାତ୍ ଅଭିଯୋଗକାରିଣୀ ଙ୍କ ଏଭଳି ଅଭିଯୋଗ ପଛର କାରଣ କ’ଣ ହୋଇପାରେ ? ଉତ୍ତର ଜାଣିବାକୁ ହେଲେ ସେଇ ୧୨ ମେ‘ ୨୦୧୯କୁ ଟିକେ ଫେରିବାକୁ ପଡ଼ିବ ।

କ’ଣ ଘଟିଥିଲା ସେ ଦିନର ଘଟଣା । ୪ମାସ ତଳେ କପ୍ତିପଦା ଅଂଚଳରେ ଜଣେ ପଥର ମାଫିଆ ପଥର ଚୋରା ଚାଲାଣ କରୁଥିବା ବେଳେ ତା’ର ଗାଡ଼ିକୁ ଜବତ କରିଥିଲେ ସ୍ଥାନୀୟ ଆରଆଇ । ଏହି ସମୟରେ ସଂପୃ୍କ୍ତ ପଥର ମାଫିଆ ଆରଆଇଙ୍କୁ ଆକ୍ରମଣ କରି ଗାଡ଼ି ଛଡ଼ାଇନେଇଥିଲେ । ଏନେଇ ତହସିଲଦାର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା କପ୍ତିପଦା ପୋଲିସ । ତଦନ୍ତ ପାଇଁ ୧୨ ମେ‘ ୨୦୧୯ରେ ଅଭିଯୁକ୍ତର ଘରେ ପହଞ୍ଚିଥିଲେ କପ୍ତିପଦା ଥାନା ଏଆଇସି ଶୁଭେନ୍ଦୁ ବେହରା ଏବଂ ଜଣେ ହୋମଗାର୍ଡ଼ । ପଚରା ଉଚରା ବେଳେ ସଂପୃ୍କ୍ତ ପଥର ମାଫିଆ ଓ ତାଙ୍କ ପରିବାର ଉଭୟ ପୋଲିସ କର୍ମୀଙ୍କ ଉପରେ ଅଚାନକ୍ ଆକ୍ରମଣ କରିଥିଲେ ।  ଏମିତିକି ଏକ କାଠ ଫାଳିଆରେ ଅଭିଯୁକ୍ତ ଏଆଇସିଙ୍କ ମୁଣ୍ଡକୁ ଜୋର୍ରେ ପିଟି ଦେବାରୁ, ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ଗୁରୁତର ଅବସ୍ଥାରେ ଏଆଇସି ଶୁଭେନ୍ଦୁ ବେହେରାଙ୍କୁ  ବାରିପଦା ହସ୍ପିଟାଲରେ ଭର୍ତ୍ତି କରିବା ସହ ଅଭିଯୁକ୍ତ ଦୁଇ ଭାଇ ହେମନ୍ତ ବେହେରା ଓ ବସ୍ତନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 ଦୀର୍ଘ ୨ମାସ କାଳ ଚକିତ୍ସିତ ହେବା ପରେ ସୁସ୍ଥ  ହୋଇ ଫେରିଥିଲେ ଏଆଇସି ଶୁଭେନ୍ଦୁ ବେହେରା । ଏବେ ତାଙ୍କ ବିରୋଧରେ ଜୟନ୍ତି ବେହେରା ଓ ତାଙ୍କ ପରିବାର ଆଣିଥିବା ଅଭିଯୋଗ ସମ୍ପର୍କରେ   ଅଭିଯୋଗକାରିଣୀ ଅନେକ ଅଭିଯୋଗ କରିଛନ୍ତି । ଏବେ ଏହାର ସତ୍ୟାତା କୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଯଦି ଅଭିଯୋଗକାରିଣୀଙ୍କ କ୍ଷେତ୍ରରେ ସେମିତି କିଛି ଘଟଣା ଘଟିଥିଲା ତାହେଲେ ସେ କ’ଣ କପ୍ତିପଦା ଥାନାରେ ଏନେଇ କୌଣସି ଅଭିଯୋଗ କରିଥିଲେ କି ?  ଥାନା ଅଧିକାରୀ ବି ଆଗରୁ ସେ ଏପରି କିଛି ଅଭିଯୋଗ କରି ନାହାନ୍ତି । ତାଙ୍କ ପରିବାର ଲୋକ ପୁଲିସ ଓ ତହସିଲଦାରଙ୍କୁ ଏକ ପଥର ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ଓ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ।

ପ୍ରଥମେ ପଥର ଚୋରା ଚାଲାଣ କରି ଭୁଲ୍ କଲେ । ପୁଣି ଗାଡ଼ି ଜବତ କରିଥିବା ଆରଆଇଙ୍କୁ ଆକ୍ରମଣ କରି ଗାଡ଼ି ଛଡ଼ାଇନେଲେ । ତା’ପରେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଏବେ ଯେତେବେଳେ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଦଫା ଲାଗିଛି । କୋର୍ଟରୁ ଖସିବାର ସବୁ ବାଟ ବନ୍ଦ ହୋଇସାରିଛି, ସେତେବେଳେ ଏଭଳି ଗୋଟେ ଅଭିଯୋଗ ଆଣି ମାମଲାର ମୋଡ଼ ବଦଳାଇବାକୁ ଚାହୁଁନାହାନ୍ତି ତ ଅଭିଯୋଗକାରିଣୀ ? ନିଜ ଦୋଷକୁ ଘୋଡ଼ାଇବାକୁ ପୋଲିସ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁନାହାନ୍ତି ତ ?  ଏଭଳି ପରିସ୍ଥିତିରେ ପୋଲିସ ପାଖରେ ଥିବା ସିସିଟିଭି ଫୁଟେଜ୍ ହିଁ ଘଟଣାର ସତ୍ୟାସତ୍ୟକୁ ପଦାକୁ ଆଣିପାରିବ ବୋଲି କହିପାରିବା ।

321 Views

   ସମ୍ବନ୍ଧିତ ଖବର