Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଅଭିଯୁକ୍ତକୁ ହାଜତ ଭିତରେ ମାଡ ଅଭିଯୋଗ, ଏସପିଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ

22/10/2020 at 2:08 PM

ଭଦ୍ରକ ୨୨।୧୦: ଅଭିଯୁକ୍ତକୁ ହାଜତ ଭିତରେ ମାଡ ସହ ଆକ୍ରମଣକାରୀମାନେ ଧମକ ଦେଉଥିବା ଅଭିଯୋଗ । ଅଭିଯୋଗ କରିବା ସହ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କଲେ ପରିବାର ଲୋକେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିକାରିଣୀ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ।

ଅଭିଯୋଗକାରିଣୀ ପୂର୍ଣ୍ଣିମା ଜେନାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ନାଁରେ ଥାନାରେ ଚୋରୀ କରିଥିବା ନେଇ ଲିଖିତ ଏତଲା ଦିଆଯାଇଥିଲା । ପରେ ପୋଲିସ ତାଙ୍କ ପୁଅକୁ ଥାନାକୁ ନେଇ ପଚରାଉଚରା କରିବା ସହ ହାଜତ ମଧ୍ୟରେ ଅଭିଯୋଗକାରୀଙ୍କ ସମ୍ମୁଖରେ ମାଡ ମାରିବା ସହ ପରେ ଛାଡିଦେଇଥିଲା । କିନ୍ତୁ ଅଭିଯୋଗକାରୀ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ହାଜତ ଭିତରେ ମାଡ ମାରିବା ସହ ଧମକ ଦେଇଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ପୁଣି ଏତଲା ଦେଇଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା କହିଛନ୍ତି ଅଭିଯୋଗକାରିଣୀ ।

ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଭଦ୍ରକ ଏସପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି । ତଦନ୍ତ କରି ଅଭିଯୁକ୍ତ ଓ ପୋଲିସ ଅଧିକାରିଣୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

   Related Posts