Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମାସ୍କ ଚେକିଂ ବେଳେ ପୁରୀ ପୋଲିସ୍‌ର ଦାଦାଗିରି: ସ୍ବାମୀଙ୍କୁ ଗିରଫ କଲେ, ଥାନାରେ ପତ୍ନୀଙ୍କୁ ଦୁୁର୍ବ୍ୟବହାର ଅଭିଯୋଗ

4/10/2020 at 7:02 PM

ପୁରୀ୪/୧୦: ପୁରୀରେ କୋଭିଡ଼ ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ପ୍ରତି ଛକ, ରାସ୍ତାରେ ପୋଲିସ ଚେକିଂ ଜୋରଦାର କରିଛି। ଏଥିରେ ଅନେକ ଅମାନିଆ ମଧ୍ୟ ସାବାଡ଼ ହୋଇଛନ୍ତି। ତେବେ ମାସ୍କ ଚେକିଂ ଆଳରେ ଅଧିକାଂଶ ଲୋକଙ୍କୁ ପୋଲିସ ଦୁର୍ବ୍ୟବହାର ଏବଂ ମାଡ଼ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଏଭଳି କିଛି ଘଟଣା ଘଟିଥିବା ବେଳେ ମାସ୍କ ଚେକିଂ ଆଳରେ ପୋଲିସ ଜଣେ ଯୁବକଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିବା ସହ ଆଶାଳୀନ ବ୍ୟବହାର କରିଛି। ତେବେ ଭିଡ଼ିଓଟି ଭାଇରାଲ ହେବା ପରେ ପୋଲିସର କଦର୍ଯ୍ୟ ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ଏହାକୁ  ନିନ୍ଦା କରାଯାଇଛି।

ପୁରୀ ପୋଲିସର ଦିନକୁ ଦିନ ଆଚରଣ ଏବେ ଅଶୋଭନୀୟ ହେବାରେ ଲାଗିଛି। କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମାସ୍କ ଚେକିଂ ବେଳେ ସାଧାରଣ ଲୋକଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ରାସ୍ତା ମଝିରେ ମାଡ଼ ମାରୁଛି। ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ପୋଲିସ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଗଛକାଳୀ ଲେନର ଶକ୍ତି ପ୍ରସାଦ ନାଥ। ଗତକାଲି ସଂନ୍ଧ୍ୟା ସମୟରେ ବାପାଙ୍କ ଦେହ ଖରାପ ଯୋଗୁଁ ଶକ୍ତି ମେଡ଼ିସିନ କିଣିବା ପାଇଁ ବଡ଼ଶଙ୍ଖ ଆସିଥିଲେ। ସେଠାରେ ପୋଲିସ ମାସ୍କ ଚେକିଂ କରୁଥିଲେ। ତେବେ ସେ ମୁହଁରେ ମାସ୍କ ପିନ୍ଧିଥିଲେ ମଧ୍ୟ ପୋଲିସ ତାଙ୍କୁ ଅଟକାଇ ଥିଲା। ଠିକରେ ମାସ୍କ ପିନ୍ଧିନଥିବାରୁ ପୋଲିସ ତାଙ୍କୁ ହଜାରେ ଟଙ୍କା ଜୋରିମନା ଦେବା ପାଇଁ କହିଥିଲା।

ଯୁବକ ଜଣକ ଠିକ୍ ଭାବେ ମାସ୍କ ପିନ୍ଧିଥିବା କହିବାରୁ ପୋଲିସ ତାଙ୍କୁ ମାଡ଼ ମାରିବା ସହ ପିସିଆର ଭ୍ୟାନରେ ଜୋର ଜବରଦସ୍ତ କୁମ୍ଭାରପଡ଼ା ଥାନାକୁ ନେଇଯାଇଥିଲା। ଖବର ପାଇ ଶକ୍ତିଙ୍କ ପତ୍ନୀ ଥାନାକୁ ଯାଇଥିବା ବେଳେ ସେ ବିଦେଶିନୀ ହୋଇଥିବାରୁ କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣି ସେଠୀ ତାଙ୍କ ଚରିତ୍ରକୁ ଆକ୍ଷେପ କରି କଟୁ ଭାଷା କହିଥିଲେ। ତେବେ ପ୍ରଶ୍ନ ଉଠୁଛି?  ଯଦି ମାସ୍କ ଜଣେ ପିନ୍ଧିଥିଲେ ମଧ୍ୟ ମାସ୍କ ଚେକିଂ ଆଳରେ ମାଡ଼ ମାରିବା ଓ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିବା କେତେ ଯୁକ୍ତି ଯୁକ୍ତ ?

   Related Posts