Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଲିସ୍‌ର ଗୁଣ୍ଡାଗିରି: ବାପ-ଝିଅଙ୍କୁ ବିଧା-ଚାପୁଡା ଲଦି ପକାଇଲେ, ଭିଡିଓ ଏବେ ଭାଇରାଲ

21/09/2020 at 4:16 PM

ପୁରୀ୨୧/୯: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପୁରୀ ପୋଲିସର ଗୁଣ୍ତାଗିରି। ଯେଉଁଠି ପୋଲିସ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ସହ ବନ୍ଧୁ ଭଳି ଆଚରଣ ପ୍ରଦର୍ଶନ କରିବା କଥା କୁହାଯାଉଛି ସେଠାରେ କିନ୍ତୁ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି। ଅଭିଗୋଗ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣିବାକୁ ଯାଇଥିବା ପୋଲିସ ଉକ୍ତ ବ୍ୟକ୍ତଙ୍କ ଘରେ ପଶି ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସବୁଠାରୁ ସଙ୍ଗୀନ ଘଟଣା ହେଉଛି ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ନାବଳିକା ଝିଅକୁ ପୋଲିସ ମାଡ଼ ମାରିବା ପାଇଁ ମଧ୍ୟ ପଛେଇ ନାହିଁ।

ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିରେ ରୁହନ୍ତି ଶ୍ରୀଧର ସେନାପତି ଓ ତାଙ୍କ ଭାଇ ଗଦାଧର ସେନାପତି। ତେବେ ଜାଗା ବାଡ଼ି ବିଦାଦ ଏବଂ ଝଗଡ଼ାକୁ ନେଇ ଗଦାଧର ଓ ତାଙ୍କ ପତ୍ନୀ ଟାଉନ ଥାନାରେ ଶ୍ରୀଧରଙ୍କ ନାମରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଥାନାର ଏଏସଆଇ ଜିତେନ୍ଦ୍ର କୁମାର ଗୁମାନ ସିଂ ଶ୍ରୀଧରଙ୍କୁ ଆଣିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ପୋଲିସ ତାଙ୍କୁ ଜବରଦସ୍ତ ଆଣିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ନାବାଳିକା ଝିଅ ତାଙ୍କୁ ଛାଡ଼ି ନଥିଲା। ବାସ୍ ଏତିକିରେ ଏଏସଆଇ ଜିତେନ୍ଦ୍ର ଗୁମାନ ସିଂଙ୍କ ମୁଣ୍ତକୁ ପିତ ଚଢ଼ିଯାଇଥିଲା। ଦେଖନ୍ତୁ ଏହି ଦୃଶ୍ୟ

ପରେ ସେ ତାଙ୍କ ପୋଲିସ ପାଓ୍ୱାର ଦେଖାଇବା ସହ ଶ୍ରୀଧର ଏବଂ ତାଙ୍କ ନାବଳିକା ଝିଅକୁ ଚାପୁଡ଼ା ଉପରେ ଛାପୁଡ଼ା ମାରି ଚାଲିଥିଲେ। ଅନ୍ୟପଟେ ଶ୍ରୀଧରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ନାଁରେ ମିଛ ଅଭିଯୋଗ କରାଯାଇଛି। ତେବେ ଯାହା ହେଉ ନା କାହିଁକି ଜମି ବାଡ଼ି ବିବାଦ ଭଳି ଏକ ସାମାନ୍ୟ ଗଣ୍ତଗୋଳ ନେଇ ପୋଲିସ ଏତେ ତତ୍ପର ହୋଇ ଉଠିଲା ଯେ ଘରେ ପଶି ଶ୍ରୀଧର ଏବଂ ତାଙ୍କ ନାବାଳିକା ଝିଅକୁ ମାଡ଼ ମାରିଲା। ହାର୍ଡ଼ଖୋର କ୍ରିମିନାଲ ଭଳି ଅଭିଯୁକ୍ତଙ୍କୁ ଧରିବ ଭଳି ନିରୀହ ଲୋକଙ୍କ ଉପରେ ପୋଲିସର ଦବଙ୍ଗଗିରି କେତେ ଠିକ୍ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ପୋଲିସର ଏଭଳି ଆଚରଣ ନେଇ ପୋଲିସ ଏଏସଆଇଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ବାସୀ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣା ନେଇ ପୋଲିସ କିଛି ଭୁଲ କରିନଥିବା ଏସପି କହିଛନ୍ତି।  

   Related Posts