ଫେସବୁକ୍ ପ୍ରେମରୁ ଶାରୀରିକ ସମ୍ପର୍କ, ଗର୍ଭବତୀ କରାଇ ପ୍ରେମିକ ଚମ୍ପଟ : ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

Published By : Prameya-News7 Bureau | July 04, 2021 IST

ସୋର ୪।୭: ଫେସବୁକ୍ ପ୍ରେମରୁ ଶାରୀରିକ ସମ୍ପର୍କ । ପରେ ଧୋକା ଦେଇ ପ୍ରେମିକ ଚମ୍ପଟ ।  ଯନ୍ତ୍ରଣା ସହି ନପାରି ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କର ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକଙ୍କ ସହ ଫେସବୁକରେ ସମ୍ପର୍କ ହୋଇଥିଲା । ପ୍ରେମ ପରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । । ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବେଙ୍ଗାଲୁରୁରେ ଏକ ହୋଟେଲରେ ୩ ମାସ ସ୍ବାମୀ-ସ୍ତ୍ରୀ ଭାବେ ରହିଥିଲେ । ଏବେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ । ଅଚାନକ ଯୁବକ ଜଣଙ୍କ ଯୁବତୀଙ୍କୁ ହୋଟେଲରେ ଏକୁଟିଆ ଛାଡି ପଳାଇ ଆସିଥିଲେ । ଫୋନ୍ କଲେ ମଧ୍ୟ ନ ଉଠାଇବାରୁ ଯୁବତୀ ଜଣଙ୍କ  ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବା ସହିତ ଯୁବତୀ ଗାଳିଗୁଲଜ କରିଥିବାରୁ ଯୁବତୀ ସିମୁଳିଆ ଥାନା ସମ୍ମୁଖରେ କିରୋସିନି ଢାଳି ଆତ୍ମାହୂତୀ ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଯୁବତୀଙ୍କ ଭାଇଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.