ଆଇବି ଅଧିକାରୀଙ୍କୁ ଆପ୍‌ ନେତା ତାହିର ହୁସେନ୍‌ଙ୍କ ଘରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତ ଅଧିକାରୀଙ୍କ ଭାଇ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭।୦୨ - ଦିଲ୍ଲୀ ହିଂସା ବେଳେ ଇଣ୍ଟିଲିଜେନ୍ସି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ତାହିର ହୁସେନଙ୍କ ଘରେ ହତ୍ୟା କରାଯାଇଥିବା ଅଙ୍କିତଙ୍କ ଭାଇ ଅଭିଯୋଗ କରିଛନ୍ତି । କିଛି ଲୋକ ଅଙ୍କିତଙ୍କ ସହ ଆଉ ୪ ଜଣଙ୍କୁ ତାହିରଙ୍କ ଘରକୁ ଘୋଷାଡି କରି ନେଇଥିଲେ । ଅଙ୍କିତଙ୍କ ସହ ଆହୁରି ୪ ଜଣଙ୍କୁ ତାଙ୍କ ଘର ଭିତରକୁ ଘୋଷାଡି ନିଆଯାଇଥିଲା । ପରେ ନାଳରୁ ଇଣ୍ଟିଲେଜେନ୍ସି ଅଧିକାରୀଙ୍କ ସହ ଆଉ ତିନିଜଣଙ୍କର ମୃତ ଦେହ ଏକ ନାଳରୁ ମିଳିଥିଲା ।

ତାହିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ସୋମବାର ଦିନ ପୁଲିସ ଉପସ୍ଥିତିରେ ତାଙ୍କ ଘର ଛାଡି ଦେଇଥିଲେ । ତାଙ୍କ ଅଞ୍ଚଳର କିଛି ଲୋତ ତାଙ୍କ ଘର ଭିତରକୁ ଜବରଦସ୍ତ ପଶି ତାଙ୍କ ଛାତ ଉପରୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବାରୁ ସେ ଘର ଛାଡି ଦେଇଥିଲେ ବୋଲି ସଫେଇ ଦେଇଛନ୍ତି ।
ତାହିର ହୁସେନ ଏବେ ଆମଆଦମୀର କର୍ପୋରେଟର ଅଛନ୍ତି ।

ସିଏଏ ଆଇନକୁ ସମର୍ଥନ ଓ ବିରୋଧ କରି ଉତ୍ତର ଦିଲ୍ଲୀରେ ହିଂସା ହୋଇଥିଲା । ଏହି ହିଂସା ପଛରେ ହାଜି ତାହିର ହୁସେନ୍‌ର ହାତ ଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.