ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ : ନିର୍ବାଚନ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ
3/07/2019 at 12:47 PM

ରାୟଗଡା ୩|୭: ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପୁରୁଣା ତଥା ଜାଲ୍ ଜାତିଗତ ପ୍ରମାଣ ଦାଖଲ କରି ନିର୍ବାଚନ ଲଢିଥିବା ନେଇ ଅଭିଯୋଗ ହୋଇଛି । ନିର୍ବ।ଚନରେ ସେ ସ୍ବାଧୀନ ବିଧାୟକ ଭାବେ ବିଜୟ ମଧ୍ୟ ହୋଇଛନ୍ତି । ତେବେ ଏହା ବିରୋଧରେ ରାୟଗଡାର ଜଣେ ଯୁବକ ଆର.ହରିଶ ପଟ୍ଟନାୟକ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ନିର୍ବ।ଚନ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।

ସେ ନିଜ ମାମଲାରେ ଦର୍ଶ।ଇଛନ୍ତି ଯେ, ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ। ଏଥିପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି । ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବ।ଚନ ଲଢିଲେ ବୋଲି ଆବେଦନକାରୀ ଦର୍ଶ।ଇଛନ୍ତି ।

ଏଭଳିକି ବର୍ତ୍ତମାନ ମକରନ୍ଦ ଯେଉଁ ନୂତନ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି ତାହା କାଶୀପୁର ତହସିଲ କାର୍ଯ୍ୟାଳୟରେ ରଦ୍ଦ ହୋଇଥିବା ମଧ୍ୟ ସେ କହିଛନ୍ତି । ୧୯୯୯ ମସିହାର ପ୍ରମାଣପତ୍ର ପ୍ରାର୍ଥିପତ୍ର ସହ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି । ଯାହାକି ଗ୍ରହଣୀୟ ହେବା କଥା ନୁହଁ । ପ୍ରାର୍ଥୀପତ୍ର ଠିକ୍ ଭାବେ ଯାଞ୍ଚ ହୋଇନଥିବା ଦ୍ବାରା ଏହିଭଳି ତ୍ରୁଟି ହୋଇଥିବା ହରିଶ କହିଛନ୍ତି । ତେଣୁ ରାୟଗଡା ବିଧାନସଭା କ୍ଷେତ୍ରର ନିର୍ବ।ଚନ ରଦ୍ଦ କରିବା ପାଇଁ ସେ ନିଜ ଅବେଦନରେ ଦର୍ଶ।ଇବା ସହିତ ଏହାର ତଦନ୍ତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ବର୍ତ୍ତମାନ ରାୟଗଡା ରାଜନୀତି ସରଗରମ ହୋଇଛି।