Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାହୁଲ ଗାନ୍ଧୀଙ୍କ ପରେ ସ୍ମୃତି ଇରାନୀଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି : ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

20/04/2019 at 3:41 PM

ନୂଆଦିଲ୍ଲୀ ୨୦/୪ : ହାଇ ପ୍ରୋଫାଇଲ ଅମେଠି ଲୋକସଭା ଆସନ ନିର୍ବାଚନ ରୋମାଂଚିତ ହେବାରେ ଲାଗିଛି | ଅମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଆପତ୍ତି ଜାରି କରାଯାଇଛି | ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଡିଗ୍ରୀକୁ ପ୍ରଶ୍ନ ଉଠାଇ ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ ରାହୁଲଙ୍କ ନାମାଙ୍କନ ରଦ୍ଦ କରିବା ପାଇଁ ଦାବି କରିଛନ୍ତି | ରାହୁଲଙ୍କ ଓକିଲ ଅଫଜଲ ବରିଶ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଆପତ୍ତି ପରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଠାରେ ଶୁଣାଣି ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି |


ରାହୁଲ ଗାନ୍ଧୀଙ୍କ ଅସଲି ନାଁ ରାଉଲ ବିଞ୍ଚି ବୋଲି ଅଭିଯୋଗ ହୋଇଛି | ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଅଛି | ରାହୁଲ ଗାନ୍ଧୀ ଭୁଲ କାଗଜପତ୍ର ଦେଇ ନିର୍ବାଚନ ଅଧିକାରୀଙ୍କୁ ପଥଭ୍ରଷ୍ଟ କରି ନାମାଙ୍କନ ଦାଖଲ କରିଥିବା ଧ୍ରୁବ ଲାଲଙ୍କ ଓକିଲ କହିଛନ୍ତି | ଧ୍ରୁବଙ୍କ ଓକିଲ କହିଛନ୍ତି ଯେ, ରାହୁଲ ଯେଉଁ କାଗଜପତ୍ର ଦେଇଛନ୍ତି ସେଥିରେ ତାଙ୍କର ଇଂଲଣ୍ଡ ସ୍ଥିତ କମ୍ପାନୀ ସମ୍ପର୍କରେ କୌଣସି ସୂଚନା ନାହିଁ | ରାହୁଲ ଏଫିଡେବିଟରେ ଯେଉଁସବୁ କଲେଜରେ ପଢିଥିବା ଦର୍ଶାଇଛନ୍ତି ସେସବୁ ତଥ୍ୟ ଭୁଲ | ରାହୁଲ ସେସବୁ କଲେଜ ପଢି ନାହାନ୍ତି ବୋଲି ଦାବି କରିଛନ୍ତି ଓକିଲ | ଓକିଲ ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ପ୍ରମାଣ ମଧ୍ୟ ଦେଇଛନ୍ତି | ଏ ସମ୍ପର୍କରେ ବିଜେପି ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିଛି | ବିଜେପି କହିଛି ଯେ, ରାହୁଲ ଗୋଟିଏ ବର୍ଷ ବ୍ୟବଧାନରେ ବିଏ ଏବଂ ଏମଫିଲ ଡିଗ୍ରୀ କିଭଳି ହାସଲ କଲେ |


ଅପରପକ୍ଷରେ ସ୍ମୃତି ଇରାନୀଙ୍କ ନାମାଙ୍କନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି | ସ୍ୱାଧୀନ ପ୍ରାର୍ଥୀ ରୋହିତ କୁମାର ସ୍ମୃତିଙ୍କ ନାମାଙ୍କନ ପତ୍ରକୁ ନେଇ ଆପତ୍ତି ଦର୍ଶାଇଛନ୍ତି | ରୋହିତ କୁମାରଙ୍କ ଓକିଲ ରାହୁଲ ଚନ୍ଦନୀଙ୍କ ଜରିଆରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତି ଦର୍ଶାଇଛନ୍ତି ରୋହିତ | ୨୦୦୪ ମସିହାରେ ଚାନ୍ଦିନୀ ଚୌକରୁ ନିର୍ବାଚନ ଲଢ଼ିବାବେଳେ ସେ ନିଜ ନାମାଙ୍କନରେ ୧୯୯୬ ମସିହାରେ ବ୍ୟାଚଲର ଡିଗ୍ରୀ କରିଥିବା ଦର୍ଶାଇଥିଲେ | କିନ୍ତୁ ଚଳିତ ନିର୍ବାଚନରେ ସ୍ମୃତିଙ୍କ ନାମାଙ୍କନରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ ଭିନ୍ନ | ସ୍ମୃତିଙ୍କ ନାମାଙ୍କନ ରଦ୍ଦ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛନ୍ତି ରୋହିତ କୁମାର |

   Related Posts