କେଉଁଠି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତ କେଉଁଠି ଅଭିଯୋଗ ଶୁଣ ନାହାନ୍ତି ପୁଲିସ ଅଧିକାରୀ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ୱର /କଟକ ୧୩।୧୧ -କଟକ ଚାଇଳିଆଗଞ୍ଜ ଥାନା ଆଗରେ ଟ୍ରକ୍ ଡ୍ରାଇଭରକୁ ପିଟିଲା ପୋଲିସ । ବାଲିପାଟଣାରେ ପଞ୍ଜାୟତ ପୋଖରୀ ନିଲାମ ଦେବାକୁ କହି ସ୍ଥାନୀୟ ସରପଞ୍ଚ ତିନୋଟି ସ୍ବୟଂସହାୟକ ମହିଳା ଗୋଷ୍ଠୀଙ୍କ ଠାରୁ ଲୁଟିନେଲେ ୯୦ ହଜାର । ଏ ସମ୍ପର୍କରେ ମହିଳା ମାନେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କଲେନି । ତେଣୁ ବାଧ୍ୟ ହୋଇ ସମ୍ପୃକ୍ତ ମହିଳା ମାନେ ଏନେଇ ଭୁବନେଶ୍ବର ଡିସିପିଙ୍କୁ ଅଭିଯୋଗ କରିଛନ୍ତି ।


ପୁଲିସ ଯୁବକଙ୍କ ଗୋଡ ହାତ ଅଣ୍ଟା ଚାରିଆଡେ ମାଡ ଦାଗ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ମାଡରେ ଏଭଳି ଲହୁ ଲୁହାଣ ହୋଇଛନ୍ତି ଯୁବକ । ନୟାଗଡ ଜିଲ୍ଲା ଖଣ୍ଡପଡାରର ପ୍ରାଣକୃଷ୍ଣ ବେହେରାନାମକ ଏହି ଯୁବକ ଟ୍ରକରେ ଚିପ୍ସ ନେଇ କଟକ ଆସୁଥିଲେ । ଆଉ ଚାଉଳିଆଗଞ୍ଜ ଥାନାର ଦୁଇଜଣ ପୋଲିସ ତାଙ୍କ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ଏହାପରେ ଡ୍ରାଇଭରକୁ ୫ହଜାର ଟଙ୍କା ମାଗିଥିଲେ । ତେବେ ଏତେଟଙ୍କା ଦେଇ ପାରିବେନି କହିବାରୁ ଯୁବକଙ୍କ ଉପରେ ଆରମ୍ଭ ହୋଇଥିଲା ଏଭଳି ଜୁଲମ । ଯୁବକ ଜଣକ ଯେତେ କାକୁତୁ ମିନତି ହେଲେ ମଧ୍ୟ ପୋଲିସ ତାଙ୍କୁ ଛାଡିନଥିଲେ । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।


ସେପଟେ ବାଲିପାଟଣା ଅନୁସୁଚିତ ଜାତି ଜନଜାତିର ମହିଳା ମାନଙ୍କୁ ଗାଁ ପୋଖରୀ ନିଲାମ ଦେବାକୁ କହି ୯୦ ହଜାର ଟଙ୍କା ଠକି ନେଇଛନ୍ତି ସରପଞ୍ଚ । ମହିଳା ମାନେ ସ୍ତାନୀୟ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲ ହେଲେ ସେମାନଙ୍କ ଏତଲାକୁ ଗ୍ରହଣ କରିନଥିଲା ପୋଲିସ । ଏନେଇ ଭୁବନେଶ୍ବର ଡିସିପିଙ୍କୁ ଦେଖାକରି ତୁରନ୍ତ ବାଲିପାଟଣା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ମହିଳା ମାନେ ।

{"id":183649,"sizeSlug":"large"}


ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାରେ ଏମିତି ଅବହେଲା କାହିଁକି କରୁଛି ପୋଲିସ । ସାଧାରଣ ଲୋକଙ୍କୁ ହାତ ପାହାନ୍ତାରେ ନ୍ୟାୟ ମିଳିବ ବୋଲି ସରକାର କହୁଥିବା ବେଳେ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଛନ୍ତି କିପରି । ଆଗାମି ଦିନରେ ଅପେକ୍ଷା ରହିଲା ପୋଲିସ କମିଶନର ଏହି ଦୁଇ ଘଟଣାରେ କଣ ନ୍ୟାୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.