ପୁଣି ଖାକିରେ କଳଙ୍କ : ରାତିଅଧରେ ସର୍ଚ୍ଚ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, SI ଓ ଦୁଇ କନଷ୍ଟେବଳଙ୍କ ନାଁରେ ମାମଲା

Published By : Prameya-News7 Bureau | October 04, 2020 IST

ବରଗଡ଼ ୦୪।୧୦: ବରଗଡ଼ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଜେପୁର ପୋଲିସ ବିରୋଧରେ ରାତିଅଧରେ ସର୍ଚ୍ଚ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଛି । SI ଅନୀଲ ଦୋରା ଓ ଦୁଇ ଜଣ କନଷ୍ଟେବଳଙ୍କ ନାଁ ରେ ମାମଲା ରୁଜୁ ହୋଇଛି ।

{"id":338480,"sizeSlug":"large"}

ବିଜେପୁର ଟେଙ୍ଗରୀ ଗାଁର ଝସକେତନ ସାହୁଙ୍କ ଘରଭିତରକୁ କିଛି ପୋଲିସ ଓ ତିନିଜଣ ବାହାର ଯୁବକ ରାତି ଅଧରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର କରିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୋଲିସ SI ସୁନୀଲ କୁମାର ଦୋରା ଓ ଦୁଇଜଣ କନଷ୍ଟେବଲଙ୍କ ନାମରେ ବିଜେପୁର ଥାନାରେ ମାମଲା ରୁଜୁ ହୋଇଛି । ପଦ୍ମପୁର SDPO ପ୍ରଦୀପ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

{"id":338481,"sizeSlug":"large"}

ଝସକେତନ ସାହୁ ତାଙ୍କ ବାପାଙ୍କୁ ଡାକ୍ତର ଖାନାରେ ଚିକିତ୍ସା କରାଇବାକୁ କାର ଯୋଗେ ଯାଉଥିବା ବେଳେ ମହୁଲ ପାଲି ଗାଁପାଖରେ ଦ୍ରୁତ ଗତିରେ ଆସୁଥିବା ହାଇୱାର ବେପରୁଆ ଚାଳନାରୁ ନିଜ ଗାଡିକୁ ରକ୍ଷା କରିଥିଲେ । ଏନେଇ ହାଇୱା ଡ୍ରାଇଭରଙ୍କ ସହ ଝସ କେତନଙ୍କ ବଚସା ହୋଇଥିଲା । ବିଳମ୍ବିତ ରାତିରେ ଶ୍ରୀ ଦୋରା ଓ ଦୁଇଜଣ କନଷ୍ଟେବଲ ଏବଂ ଦୁଇଟି ବାଇକରେ ଆଉ ତିନିଜଣ ପହଁଚି କବାଟକୁ ଟେକା ପଥର ମାଡ଼ କରି ଘରଭିତରେ ଧସେଇ ପଶିଥିବା ଅଭିଯୋଗ ହୋଇଛି । ପୋଲିସର ଏହି କାରନାମାକୁ ନେଇ ସ୍ଥାନୀୟ ଲୋକ ଓ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.